ପାକ୍‌ ଡ୍ରୋନକୁ ମାରି ଖସାଇଲା ସୁଖୋଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଜୟପୁର

ସୋମବାର ପାକିସ୍ତାନ ପୁଣିଥରେ ଭାରତୀୟ ବାୟୁସେନା ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଛି । ପାକିସ୍ତାନ ସେନାର ଏକ ଡ୍ରୋନ୍‌ ସ୍ଥାନୀୟ ବିକାନୀର ସୀମାରେ ଉଡାଣ ଆରମ୍ଭ କରୁଥିଲାବେଳେ ସତର୍କ ଥିବା ବାୟୁସେନାର ସୁଖୋଇ ଲଢୁଆ ବିମାନ ମିସାଇଲ ଛାଡି ଏହାକୁ ତଳକୁ ଖସାଇ ଦେଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡ୍ରୋନଟିର ଭଗ୍ନାବଶେଷ ପାକିସ୍ତାନର ଫର୍ଟ ଅବାସ ଅଞ୍ଚଳରେ ପଡିଛି । ଅବଶ୍ୟ ଖବର ଲେଖା ହେଲାବେଳକୁ ବାୟୁସେନା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନଥିଲା । ରିପୋର୍ଟ ଅନୁଯାୟୀ, ଅନୁପଗଡ ସେକ୍ଟର ଠାରେ ସକାଳ ୧୧.୩୦ ସମୟରେ ବାୟୁସେନାର ରାଡାରରେ ଏକ ସନ୍ଦିଗ୍ଧ ଡ୍ରୋନ ଉଡୁଥିବାର ଦେଖାଯାଇଥିଲା । ଏହାପରେ ସୁରତଗଡ ଏୟାରବେସରୁ ସୁଖୋଇ ଯାଇ ଏହାକୁ ଟାର୍ଗେଟ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*