ପାକିସ୍ତାନରେ ରାହୁଲ ହିରୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାକିସ୍ତାନ ପ୍ରତି ତାଙ୍କ ଆଭିମୁଖ୍ୟ ନେଇ ଭାଜପାର ଏବଂ ସାଧାରଣ ଲୋକଙ୍କର ଟାର୍ଗେଟରେ ରହିଆସୁଛନ୍ତି । ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଭାରତ ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ପାଇଁ ପାକିସ୍ତାନ ରାହୁଲଙ୍କୁ ମୋହରା ବନାଇଛି । ପାକିସ୍ତାନ ଗଣମାଧ୍ୟମରେ ରାହୁଲ ପାଲଟିଯାଇଛନ୍ତି ହିରୋ । ତାଙ୍କର କିଛି ଉକ୍ତିକୁ ପାକିସ୍ତାନ ଗଣମାଧ୍ୟମ ଜୋରଦାର ପ୍ରକାଶ କରୁଛି ।
ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଆତଙ୍କୀ ଆ‡ା ଉପରେ ଆକ୍ରମଣ ପରେ ସବୁ ଦଳ ଏହାକୁ ସମର୍ଥନ କରିଥିଲେ । ତେବେ ରାହୁଲ ଗାନ୍ଧୀ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଛନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରେ ଏହା ବଡ଼ ମୁଖ୍ୟ ବିଷୟ ପାଲଟିଛି । ରେଡିଓ ପାକିସ୍ତାନର ଟୁଇଟର ପେଜ୍‌ରେ ଏହି ଖବର ପ୍ରକାଶିତ ହୋଇଥିଲା ବେଳେ ବିଭିନ୍ନ ଗଣମାଧ୍ୟରେ ରାହୁଲଙ୍କ ପ୍ରଶଂସା କରାଯାଇଛି । ପାକିସ୍ତାନର ସୋସିଆଲ ସାଇଟ୍‌ରେ ଉଲ୍ଲେଖ କରାଯାଉଛି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିରୋଧୀ ଦଳ ନେତାମାନେ ଏକଜୁଟ୍‌ ହେଉଛନ୍ତି, କଂଗ୍ରେସ ଏହାର ନେତୃତ୍ୱ ନେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*