ପାକିସ୍ତାନକୁ ବନ୍ଦ ହେବ ପାଣି : ଗଡ଼କରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଢାକା
ଅନୂ୍ୟନ ୪୦ ଯବାନ ସହିଦ୍‌ ହୋଇଥିବା ପୁଲୱାମା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନଠାରୁ ଏମଏଫଏନ୍‌ ମାନ୍ୟତା ପ୍ରତ୍ୟାହାର କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ପ୍ରସଙ୍ଗରେ ପଡୋଶୀ ଦେଶ ଉପରେ ଚାପ ପକାଇଥିଲା । ଆଉ ଏବେ ଆଉ ଏକ କଠୋର ପଦକ୍ଷେପ ସ୍ୱରୂପ ଭାରତ ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳକୁ ଅନ୍ୟତ୍ର ଛାଡିବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି ।

ପୂର୍ବାଞ୍ଚଳର ନଦୀଗୁଡିକର ଆମ ଭାଗର ଜଳକୁ ପାକିସ୍ତାନକୁ ନଛାଡି ଜାମ୍ମୁ-କାଶ୍ମୀର ଏବଂ ପଞ୍ଜାବକୁ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଆମ ଲୋକ ଉପକୃତ ହେବେ ବୋଲି ସେ ଟୁଇଟ୍‌ କରିଛନ୍ତି ।
ଏନେଇ ରାବି ନଦୀ ଉପରେ ଶାହାପୁର-କାନ୍ଦିଠାରେ ଡ୍ୟାମ୍‌ ନିର୍ମାଣ ଆରମ୍ଭ ହୋଇଯାଇଛି । ଏହି ପ୍ରକଳ୍ପ ଯୋଗୁ ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଜଳ ସଂରକ୍ଷିତ ହୋଇ ରହିବାକୁ ଥିଲାବେଳେ ବଳକା ଜଳ ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟକୁ ଛଡାଯିବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ଗଡକରୀ ଏକ ନିର୍ବାଚନ ରାଲିରେ କହିଥିଲେ ଯେ, ଭାରତ ରାବି, ସତଲେଜ ଏବଂ ବ୍ୟାସ ନଦୀର ଜଳକୁ ପାକିସ୍ତାନକୁ ଛାଡି ଦିଆଯାଉଛି । ହେଲେ ଏବେ ଆମେ ପାକିସ୍ତାନକୁ ଚାଲିଯାଉଥିବା ଆମଭାଗର ଜଳକୁ ଯମୁନାରେ ଛାଡିବା ପାଇଁ ନିଷ୍ପତ୍ତି ନେଇଛୁ ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*