ପାକିସ୍ତାନକୁ ଦ୍ୱିତୀୟ ଦଳ ପଠାଇପାରେ ଭାରତୀୟ ଟେନିସ୍‌ ସଂଘ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଡେଭିସ୍‌ କପ୍‌ର ପରବର୍ତ୍ତୀ ମୁକାବିଲା ଭାରତର ପାକିସ୍ତାନ ସହ ସ୍ଥିର ହୋଇଛି । କାର୍ଯସୂଚୀ ଅନୁସାରେ ପ୍ରଥମ ତାରିଖ ବଦଳାଯିବା ପରେ ଦ୍ୱିତୀୟ ତାରିଖ ସ୍ଥିର ହୋଇଛି । ତେଣୁ ଆସନ୍ତା ମାସରେ ଭାରତୀୟ ଦଳ ଡେଭିସ୍‌ କପ୍‌ ମ୍ୟାଚ ପାଇଁ ପାକିସ୍ତାନକୁ ଯିବା କଥା । ହେଲେ ମଙ୍ଗଳବାର ଦିନ ଭାରତୀୟ ଡେଭିସ୍‌ କପ୍‌ ଦଳ ସର୍ବଭାରତୀୟ ଟେନିସ୍‌ ସଂଘକୁ ଚିଠି ଲେଖି ପାକିସ୍ତାନ ଯିବାକୁ ଅକ୍ଷମତା ପ୍ରକାଶ କରିଛି । ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଚାଲିଥିବା ଅବସ୍ଥାରେ ଖେଳାଳିମାନେ ପାକିସ୍ତାନ ନଯିବା ଲାଗି ସ୍ଥିର କରିଥିବା କୁହାଯାଉଛି । ଏହି ଚିଠି ଖେଳାଳିମାନଙ୍କ ପାଖରୁ ଆସିଥିବାରୁ ଏବେ ସର୍ବଭାରତୀୟ ଟେନିସ୍‌ ସଂଘ ଏହି ଚିଠିକୁ ଆଧାର କରି ଏକ ଚିଠି ବିଶ୍ୱ ଟେନିସ୍‌ ସଂଘକୁ ଲେଖିବ । ଯେଉଁଥିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଅନ୍ୟ କୌଣସି ନିରପେକ୍ଷ ଦେଶରେ କରିବାର କରିବ ଅନୁରୋଧ । ଗତ ଅଗଷ୍ଟ ମାସରେ ସେପ୍ଟେମ୍ବର ହେବାକୁ ଥିବା ଏହି ଡେଭିସ୍‌ କପ୍‌ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏବେ ନଭେମ୍ବରରେ ହେବାର ସ୍ଥିର ହୋଇଥିଲା ବେଳେ ଭାରତୀୟ ଦଳର ଅନିଚ୍ଛା କାରଣରୁ ଏହା ଆଉ ହେଲା ଭଳି ଲାଗୁନାହିଁ । ତେବେ ମଙ୍ଗଳବାର ଡେରି ରାତିରେ ଅନ୍ୟ ଏକ ଘଟଣାକ୍ରମରେ ମିଳିଥିବା ସୂଚନାନୁସାରେ ଭାରତୀୟ ଟେନିସ ସଂଘ ଯଦି ଏହି ମ୍ୟାଚ ଛାଡୁଛି ତା ହେଲେ ବାସନ୍ଦ ହେବାର ଆଶଙ୍କା ଥିବାରୁ ବଡ ଦ୍ୱନ୍ଦ୍ୱରେ ପଡିଛି ଭାରତୀୟ ଟେନିସ ସଂଘ । ଯଦି ଟପ୍‌ ଖେଳାଳିମାନେ ପାକିସ୍ତାନ ଯିବାକୁ ଅରାଜି ହୁଅନ୍ତି ତା ହେଲେ ଦ୍ୱିତୀୟ ଦଳ ପଠାଇବା ଉପରେ ବିଚାର କରାଯାଇପାରେ ବୋଲି ଜୋର ଧରିଛି ଚର୍ଚ୍ଚା । କୌଣସି ଖେଳାଳିଙ୍କ ଉପରେ ପାକିସ୍ତାନ ଯିବା ସକାଶେ ଚାପ ନପକାଇ ଅନ୍ୟ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି । ତେବେ ନିରପେକ୍ଷ ସ୍ଥାନରେ ମ୍ୟାଚ ହେବାର ଆଶା ଛାଡିନାହିଁ ଭାରତୀୟ ଟେନିସ ସଂଘ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*