ପାଇକା ସାଇଫନ୍ ଲୁହା ଜାଲି ବଦଳିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ
ପାଟକୁରା

ଗରଦପୁର ବ୍ଲକ ଅନ୍ତର୍ଗତ ତେନ୍ଦାକୁଡ଼ାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ଯୋଜନାରେ (ଏମସିଆଇଆଇ) ଏକ ବ୍ରିଜ କମ ସାଇଫନ୍ ନିର୍ମାଣ କରାଯାଇଥିଲା । ଏହି ପାଇକା ସାଇଫନ୍ ଓ ସେତୁ ଗତ ୧୮ ଅପ୍ରେଲ ୧୯୯୨ ରେ ଉଦ୍‌ଘାଟିତ ହୋଇଥିଲା । ବିଶ୍ୱ ବ୍ୟାଙ୍କର ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିବା ଏହି ବ୍ରିଜ କମ ସାଇଫନ୍ ନିର୍ମାଣକୁ ଏବେ ୨୬ ବର୍ଷ ଅତିକ୍ରାନ୍ତ ହୋଇସାରିଛି ।
ଏହି ସାଇଫନ୍ ଉପରେ ଥିବା ଲୁହା ଜାଲିଟି ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଥିଲା । ତଳେ କେନାଲର ପ୍ରଖର ସ୍ରୋତ, ଉପରେ ଭଙ୍ଗା ଜାଲି । ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ଏହାର ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ କୌଣସି ପଶୁ କିମ୍ବା ମଣିଷ ସେଥିରେ ପଡ଼ି ଜୀବନ ହାନୀ ହେବାର ଆଶଙ୍କା ଥିବାରୁ ଏହାର ଭଙ୍ଗା ଜାଲିରେ ସ୍ଥାନୀୟ ଲୋକେ ବାଉଁଶ ବତା ବାନ୍ଧି ଦେଇଥିଲେ । ଶିଳାନ୍ୟାସ ସ୍ଥଳକୁ ବିଭାଗୀୟ ଯନ୍ତ୍ରୀମାନେ ଆସିଥିଲେ ମଧ୍ୟ ସେଥିରେ କାହାରି ନଜର ପଡ଼ିଲା ନାହିଁ । ତେବେ କେନାଲରେ ପାଣିନଥିବାବେଳେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀମାନେ ବିପଜ୍ଜନକ ଅବସ୍ଥାରେ ଥିବା ଏହି ଭଙ୍ଗା ଲୁହା ଜାଲିକୁ ବଦଳାଇବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ । ଏବେ ବିଭାଗୀୟ ଯନ୍ତ୍ରୀମାନଙ୍କ ନିଦ ଭାଙ୍ଗିଛି । ବିପଜ୍ଜନକ ଅବସ୍ଥାରେ ଥିବା ଉକ୍ତ ଭଙ୍ଗା ଲୁହା ଜାଲିକୁ ସମ୍ପୂର୍ଣ୍ଣ କଢ଼ାଯାଇ ନୂତନ ଲୁହା ଜାଲି ଲଗାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*