ପଶ୍ଚିମବଙ୍ଗରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ : ଅଧୀର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସି : ନୂଆଦିଲ୍ଲୀ

ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଂଗରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଦାବି କରିଛନ୍ତି । ଶୁକ୍ରବାର ସେ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଚାହାଁନ୍ତି ତେବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ । ଏଠାରେ ଆଇନକାନୁନ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।
ଚୌଧୁରୀ କହିଛନ୍ତି ଯେ, ରାଜ୍ୟର ଭାଜପା ନେତା ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଯୁକ୍ତି ବାଢୁଛନ୍ତି । ଯଦି ସ୍ଥିତି ଏପରି ରହିଛି ତେବେ ନିଶ୍ଚିତ ଭାବେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର । ହେଲେ ଆମର ପ୍ରଶ୍ନ ହେଉଛି କ’ଣ ଭାଜପା ନେତାମାନେ ଏହି ପ୍ରସଙ୍ଗକୁ ନେଇ ସେତେ ଗମ୍ଭୀର ଯାହା ସେମାନେ ବାହରକୁ ଦେଖାଉଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ପୋଞ୍ଜି ଘୋଟାଲା ମାମଲାର ଯାଞ୍ଚ ଥମିଯାଇଛି । ବୋଧହୁଏ ମମତା ଏବଂ ମୋଦୀଙ୍କ ମଧ୍ୟରେ କିଛି ବୁଝାମଣା ହୋଇଛି । ରାଜ୍ୟ ସରକାରଙ୍କ ବିରୋଧରେ ଭାଜପା ନେତାଙ୍କ ଗମ୍ଭୀରତାକୁ ନେଇ ସନେ୍ଦହ ସୃଷ୍ଟି ହେବା ସ୍ୱଭାବିକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*