ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେଲେ ନିରବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପିଏନବି ଘୋଟାଲା ମାମଲାରେ ନିରବ ମୋଦୀଙ୍କୁ ଲାଗିଛି ବଡ ଝଟକା । ଏହି ମାମଲାରେ ଦେଶ ଛାଡି ବିଦେଶ ପଳାୟନ କରିଥିବା ନିରବଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଛି । ବିଶେଷ ଅଦାଲତ ଏହି ଘୋଷଣା କରିଥିଲାବେଳେ ଖୁବଶୀଘ୍ର ତାଙ୍କ ସମ୍ପତିକୁ ଜବତ କରାଯିବ ବୋଲି ଆଶା କରାଯାଉଛି ।
ବୁଧବାର ଅଦାଲତ ନିରବଙ୍କ ସମେତ ଅନ୍ୟ ୨ଜଣଙ୍କ ବିରୋଧରେ ନୋଟିସ ଜାରି କରି ଜାନୁୟାରୀ ୧୫ସୁଦ୍ଧା କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଥିଲେ । କୋର୍ଟ କହିଥିଲେ ଯେ, ଯଦି ୩ ଅଭିଯୁକ୍ତ କୋର୍ଟରେ ହାଜର ନହୁଅନ୍ତି ତେବେ ତାଙ୍କୁ ଫେରାର ଘୋଷିତ କରାଯିବ । ନିରବ ମୋଦୀଙ୍କ ସମେତ ତାଙ୍କ ନିକଟତର ନିଶଲ ମୋଦୀ ଏବଂ ସୁବାସ ପରବଙ୍କ ବିରୋଧରେ ସିବିଆଇର ବିଶେଷ ଅଦାଲତ ସମନ ଜାରି କରି ହାଜର ହେବାକୁ ନିଦେ୍ର୍ଦଶ ଦେଇଥିଲେ । ଆଇନ ଅନୁସାରେ ଯଦି କୌଣସି ଅଭିଯୁକ୍ତଙ୍କୁ ଫେରାର ଘୋଷିତ କରାଯାଇଛି ତେବେ ଯାଞ୍ଚ ଏଜେନ୍ସୀ ତାଙ୍କ ସମ୍ପତିକୁ ଆଟାଚ୍‌ କରିପାରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*