ପଲିଟିକ୍ସ କରୁଥିଲେ ବୋଲି ସିନା…

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଅବଶ୍ୟ ଲୋକେ ଭୁଲିଯାଇସାରିବେଣି ନୂଆ ପୀଢିର ନେତାଙ୍କୁ ନେଇ କ’ଣ କହିଥିଲେ ଦାମ ପନ୍ଦିତ । ଆମେ ପୁଣି ଥରେ ତାଙ୍କ କଥା ମନେପକେଇ ଦଉଚୁ । ସେ କହିଥିଲେ ବେପାରବଟା କରିବା ପାଇଁ ପଲିଟିକ୍ସକୁ ଆସୁଚନ୍ତି ଟୋକା । ଲୋକଙ୍କ ସେବା ଗୌଣ । ସମ୍ପତ୍ତିବାଡି ବଢେଇବା ମୂଳ ଲକ୍ଷ । ଅବଶ୍ୟ ପନ୍ଦିତେ ଯାହାଙ୍କୁ ଲକ୍ଷ୍ୟ କରି ଏକଥା କହିଥିଲେ ସେକଥା ସମସ୍ତେ ଜାଣନ୍ତି । ଶାସକ ଦଳରେ ସେଥିପାଇଁ ଠିକାଦାର, ବେପାରୀ, ଦଲାଲଙ୍କ ସଂଖ୍ୟା ବହୁତ ବଢିଯାଇଚି ।
ତଥାଗତ ବି ଏମିତି ନେତାଙ୍କୁ ଦେଖି ଖୋଳ କରୁଥିôବା ମୂଷା ବୋଲି କହିଥିଲେ ଓ ସେମାନଙ୍କୁ ଗୋଲାପ ଗଛ ତଳେ ପୋତି ଦେଲେ ଭଲ ଫୁଲ୍‌ ଫୁଟିବ ବୋଲି କଟାକ୍ଷ କରିଥିଲେ । ଅବଶ୍ୟ ଦାମ ଓ ତଥାଗତଙ୍କ ଏଭଳି କଥା ମୁଖିଆଙ୍କୁ ବୋଧେ ପସନ୍ଦ ହେଇନଥିବ । ଦାମ ଦଳରୁ ବିଦା ହେଲେ । ତଥାଗତ ଟିକଟରୁ ବଞ୍ଚିତ ହବା ଆଗରୁ ନିଜେ ଲଢିବେନି ବୋଲି ମନା କରିଥିଲେ ।
କୁହାଯାଏ ଯଉଁଠି ଗୁଡ, ସେଇଠି ପିମ୍ପୁଡି । କ୍ଷମତା ଯଉଁଠି ବେପାରବଟା ବଢେଇବା ନେତାଙ୍କ ସଂଖ୍ୟା ସେଇଠି ଅଧିକ । ଯଉଁ କବି ଲେଖିଥିଲେ ଯେ, ‘ପାନ, ଗୁଆ, ଖଇର, ଖିଲିକାତି । ଭଲ ବେପାର ଏ ରାଜନୀତି’ ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହବ । ଏମିତି କଉଁ ବେପାର ଅଛି ଯେ ବର୍ଷକରେ ସମ୍ପତ୍ତି ବଢିଯିବ ୧୫କୋଟି? ଆମ ମୁଖିଆଙ୍କର ବର୍ଷକରେ ବଢିଚି ୧୫କୋଟି । ପଲିଟିକ୍ସକୁ ଆସିଥିଲେ ସିନା! ନହେଲେ ଦିଲ୍ଲୀରେ ବୁଟିକ୍‌ ଖୋଲି କେତେ ପଇସା ରୋଜଗାର କରିଥାନ୍ତେ ବର୍ଷକୁ? ପଲିଟିକ୍ସକୁ ଆସିଲେ ବୋଲି ୨୦ ବର୍ଷ ହେଲା ଚଉକିରେ ବସିଚନ୍ତି । ବୋଧେ ହୁଏ ଚଉକିରେ ବସିଲେ ସମ୍ପତ୍ତି ଆପକୁ ଆପେ ବଢେ ।
ସବୁଠୁ ଚମକ୍ରାର କଥା କହିଚନ୍ତି ଦ୍ୱିତୀୟ ବିତ୍ତଶାଳୀ ମନ୍ତ୍ରୀ ନବ ଦାସ । କିଏ କ’ଣ ବେପାରରେ କ୍ଷତି କରିବାକୁ ଚାହେଁ? ଏକଥା କହିଚନ୍ତି ନବ । ଏହାକୁ ଦାମ ପନ୍ଦିତଙ୍କ କଥା ସହ ମିଳେଇ ଦେଖିଲେ ଭଲ । କେବଳ ବେପାରବଟା ବଢେଇବା ପାଇଁ ନବ କରୁଚନ୍ତି ପଲିଟିକ୍ସ୍‌ । ସେଥିପାଇଁ ତ ଗୁଡ କଳସୀ ଭାବି ଶଙ୍ଖ ଦଳରେ ଯୋଗ ଦେଇଚନ୍ତି ସେ । ପଲିଟିକ୍ସକୁ ପଲିଟିକ୍ସ୍‌ । ବେପାରକୁ ବେପାର । ସମ୍ପତ୍ତି ବଢିବ ହିଁ ବଢିବ । ଏମିତି ଶଙ୍ଖ ଦଳରେ ବହୁ ନେତା ଓ ମନ୍ତ୍ରୀ ଥିବେ ।
ଯଉଁ ଅଫିସରମାନେ କୋଟିକୋଟି ସମ୍ପତ୍ତି କରୁଚନ୍ତି ବୋଲି ସରକାର ତାଙ୍କ ପିଛା ଭିଜିଲାନ୍ସ ଲଗେଇ ଦଉଚନ୍ତି, ସେମାନଙ୍କର କିଛି ଭୁଲ୍‌ ଅଛି କି । ସେମାନେ ବି ନେତା ଓ ମନ୍ତ୍ରୀଙ୍କ ପରି କିଛି ବେପାରବଟା କରୁଥାଇପାରନ୍ତି । କିଏ କ୍ଷତି କରିବାକୁ ବେପାର କରେ କି? ତେବେ ପଲିଟିକ୍ସ କଲେ ପୁଣି ସରକାରୀ ଦଳରେ ରହିଲେ କାହାକୁ ଡ଼ର ଓ ଭୟ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*