ପରୀକ୍ଷା ମୂଳକ ଭାବେ ଏକ ସଙ୍ଗେ ଚାଲିଲା ୩ଟି ପଣ୍ୟବାହୀ ଟ୍ରେନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
କମ୍‌ ମାନବସମ୍ବଳ ଓ ଗୋଟିଏ ରାସ୍ତାରେ ଏକସଙ୍ଗେ ଅଧିକ ଟ୍ରେନ ଚଳାଚଳକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ୩ଟି ପଣ୍ୟବାହୀ ଟ୍ରେନକୁ ଏକ ସଙ୍ଗେ ଚଳାଚଳ କରାଇପାରିଛି । ଯାହାର ଲମ୍ବା ପ୍ରାୟ ୨ହଜାର ମିଟର ହେବ । ସମ୍ବଲପୁର ରେଳମନ୍ଦଳରେ ପରୀକ୍ଷାମୂଳକ ଭାବେ ଏହି ଟ୍ରେନରେ ୧୪୭ଟି ୱାଗନ ସହିତ ୦୩ଟି ଗାର୍ଡ ତଥା ବ୍ରେକ ଭ୍ୟାନ ଓ ୦୪ଟି ଟ୍ରେନ ଇଞ୍ଜିନକୁ ମିଶାଇ ପ୍ରାୟ ୨ହଜାର ମିଟର ଲମ୍ବ ଟ୍ରେନକୁ ଗୋଡ଼ଭାଗା ଓ ବଲାଙ୍ଗୀର ଷ୍ଟେସନ ମଧ୍ୟରେ ଚଳାଚଳ କରାଇବାପାଇଁ ଯୋଜନା କରାଯାଇଥିଲା । ପ୍ରଥମ ରେକ୍‌ଟି ୪୫ଟି କଣ୍ଟେନର ଭରାଥିବା ଫ୍ଲାଟ ୱାଗନ ଏବଂ ଦ୍ୱିତୀୟ ଓ ତୃତୀୟ ରେକ ଖାଲିଥିବା ପ୍ରତ୍ୟକ ୫୧ଟି କରି ଆଲୁମିନା କଣ୍ଟେନର ବିଶାଖାପାଟଣା ପୋର୍ଟକୁ ଯାତ୍ରା କରିଛି । ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିବା ଏହି ଲମ୍ବା ଟ୍ରେନ କମ ମାନବସମ୍ବଳ ବ୍ୟବହାର ସହିତ ଏକକ ସଂକେତ ଓ ଲେବଲ କ୍ରସିଂଠାରେ ୩ଥର ବଦଳରେ ମାତ୍ର ଥରେ ବନ୍ଦ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*