ପରୀକ୍ଷା ଦେଇପାରିଲେନି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଢେଙ୍କାନାଳ : ଶୁକ୍ରବାରଠାରୁ ୨୮୩୦ କେନ୍ଦ୍ରରେ ପ୍ରାୟ ସାଢ଼େ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବା ଆରମ୍ଭ ହୋଇଛି । ସକାଳ ୧୦ଟା ବେଳେ ଆରମ୍ଭ ହୋଇଥିଲା ପରୀକ୍ଷା । ତେବେ ଢେଙ୍କାନାଳ ମୁକ୍ତାପଶି ହାଇସ୍କୁଲ୍‌ର ବୁଲୁ ନାୟକ ପରୀକ୍ଷା ଦେଇପାରିନାହାନ୍ତି । ପରୀକ୍ଷା କେନ୍ଦ୍ରକୁ ଯିବା ବାଟରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଯିବାରୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତେ ତାଙ୍କୁ ଡାକ୍ତରଖାନା ଯିବାକୁ ହୋଇଥିଲା । କମର୍ଦ୍ଦା ଗାଁର ବୁଲୁ ଶୁକ୍ରବାର ସକାଳେ ମୋଟର ସାଇକେଲ ପଛରେ ବସି କଙ୍କାଦୋଷଡ଼ା ପରୀକ୍ଷାକେନ୍ଦ୍ରକୁ ବାହାରିଥିଲେ । ତେବେ ପର୍ଜଙ୍ଗ ଥାନା ଅନ୍ତର୍ଗତ ବରୀହାପୁରଠାରେ ଜାତୀୟ ରାଜପଥ ୫୩ରେ ଏକ ଟ୍ରକ୍‌ ସହ ବୁଲୁ ବସି ଯାଉଥିବା ମୋଟର ସାଇକେଲ୍‌ଟିର ଧକ୍କା ହୋଇଥିଲା । ଏହି ଧକ୍କାରେ ବୁଲୁ ତାଙ୍କ ଭାଇ ଶାନ୍ତନୁ, ବାପା ମହେଶ୍ୱର ଗୁରୁତର ଆଘାତ ପାଇଥିଲେ । ବୁଲୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି । ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କ ଚିକିତ୍ସା ହେଉଥିଲା ବେଳେ ମୋଟର ସାଇକେଲ ଚଳାଉଥିବା ବୁଲୁଙ୍କ ଭାଇ ଶାନ୍ତନୁଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*