ପରିବାର ସହ ବିବାହର ପ୍ରଥମ ବାର୍ଷିକୀ ମନାଇଲେ ‘ଦୀପ୍‌ବୀର’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂ ଗତବର୍ଷ ୧୪ ନଭେମ୍ବରରେ ଇଟାଲୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କୋଙ୍କଣୀ ଏବଂ ସିନ୍ଧି ରିତିନୀତିରେ ବିବାହ କରିଥିଲେ ଏହି ବଲିଉଡ୍‌ କପଲ୍‌ ‘ଦୀପ୍‌ବୀର’ । ବିବାହର ପ୍ରଥମ ବର୍ଷିକୀ ଅବସରରେ ତିରୁପତିର ଭେଙ୍କେଟେଶ୍ୱର ମନ୍ଦିର ଯାଇ ଆଶୀର୍ବାଦ ନେଇଛନ୍ତି ଦୀପିକା ଏବଂ ରଣବୀର । ମନ୍ଦିରରୁ ଉଭୟଙ୍କ ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଅବସରରେ ଦୀପିକା ଏକ ନାଲି ରଙ୍ଗର ଶାଢ଼ି ପିନ୍ଧିଥିଲେ । ବେକରେ ମଙ୍ଗଳସୂତ୍ର ଏବଂ ମଥାରେ ସିନ୍ଦୁର ଦୀପିକାଙ୍କୁ ବେଶ୍‌ ମାନୁଥିଲା । ସେହିଭଳି ରଣବୀର ସିଂ ଅଫ୍‌ୱାଇଟ୍‌ ରଙ୍ଗର ଶେର୍‌ୱାନୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଏଥିସହିତ ଗୋଲାପୀ ରଙ୍ଗର ଦୁପଟା ଘୋଡାଇ ହୋଇଥିଲେ । ଉଭୟଙ୍କ ଗେଟ୍‌ ଅପ୍‌ ବର ଓ ବଧୂଙ୍କ ଭଳି ଦେଖାଯାଉଥିଲା । ପରିବାର ସହ ମନ୍ଦିର ଦର୍ଶନ କରିସାରିବା ପରେ ଉଭୟେ ମିଡ଼ିଆକୁ ପୋଜ୍‌ ଦେଇଥିଲେ । ଏଥିସହିତ ନିଜର ପ୍ରଶଂସକଙ୍କ ସହ ମଧ୍ୟ କିଛି କ୍ଷଣ ବିତାଇଥିଲେ ଦୁହେଁ । ଦୀପିକା ଏବଂ ରଣବୀର ପୂର୍ବରୁ ହିଁ ତିରୁପତି ଯିବା ଲାଗି ଯୋଜନା ପ୍ରସ୍ତୁତ କରିସାରିଥିଲେ । ଦୀପିକା-ରଣବୀର ଗୁରୁବାର ତିରୁପତି ଏବଂ ପଦ୍ମାବତ ଦର୍ଶନ କରିସାରିବା ପରେ ଶୁକ୍ରବାର ଦିନ ପରିବାର ସହିତ ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କରି ମୁମ୍ବାଇ ଫେରିଯିବାର କାର୍ଯ୍ୟକ୍ରମ ରଖିଛନ୍ତି ।
ସୂଚନା ଥାଉ ଯେ, ଦୀପିକା ଏବଂ ରଣବୀର ପରସ୍ପରଙ୍କୁ ବହୁ ଦିନ ପର୍ଯ୍ୟନ୍ତ ଡେଟ୍‌ କରିବା ପରେ ଇଟାଲୀରେ ବିବାହ କରିଥିଲେ । ପରେ ଭାରତ ପ୍ରତ୍ୟାବର୍ତ୍ତନ କରି ବିଭିନ୍ନ ସ୍ଥାନରେ ରିସେପ୍ସନ୍‌ ଦେଇଥିଲେ । ‘ଦୀପ୍‌-ବୀର’ ବଲିଉଡ୍‌ର ଚାର୍ମିଂ କପଲ୍‌ସଙ୍କ ମଧ୍ୟରେ ଅନ୍ୟତମ । ଦୁହେଁ ସର୍ବଦା ସୋଶିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ସହ ଉଭୟଙ୍କ ଭଲ ପାଇବା ସବୁବେଳେ ନଜିର ରହିଆସିଛି । ଏଥିସହିତ ବହୁବାର ପରସ୍ପରଙ୍କୁ ଟ୍ୟାଗ୍‌ କରିଥିବା ମଜାଳିଆ ପୋଷ୍ଟ ମଧ୍ୟ ଦୁହେଁ ସେୟାର୍‌ କରିଥାନ୍ତି । ୨୦୧୩ରେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଲିୟୋଁ କି ରାସ୍‌ଲୀଲା ରାମଲୀଲା’ରେ ଦୁହେଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ସୁଟିଂ ବେଳେ ଉଭୟେ ପରସ୍ପର ପ୍ରତି ନିକଟତର ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*