ପରିଣୀତିଙ୍କ ହଲିଉଡ୍‌ ରିମେକ୍‌ ‘ଦି ଗାର୍ଲ ଅନ୍‌ ଦି ଟ୍ରେନ୍‌’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏଇ କିଛିଦିନ ହେବ ନିଜର ହଲିଉଡ୍‌ ଫିଲ୍ମ ‘ଫ୍ରୋଜନ୍‌-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଥିସହିତ ସେ ବ୍ୟାଡ୍‌ମିଣ୍ଟନ୍‌ କୋର୍ଟରେ ଖୁବ୍‌ ଝାଳ ମଧ୍ୟ ବୁହାଉଛନ୍ତି ଫିଲ୍ମ ସାଇନା ନେହୱାଲଙ୍କ ବାୟୋପିକ୍‌ ‘ସାଇନା’ ପାଇଁ । ଏହାବ୍ୟତୀତ ତାଙ୍କର ଆଗାମୀ ଫିଲ୍ମ ‘ଗାର୍ଲ ଅନ୍‌ ଦି ଟ୍ରେନ୍‌’ ମଧ୍ୟ ସୋଶିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି । ତାଙ୍କର ଏହି ଫିଲ୍ମ ହଲିଉଡ୍‌ର ସୁପରହିଟ୍‌ ମୁଭି ‘ଦି ଗାର୍ଲ ଅନ୍‌ ଦି ଟ୍ରେନ୍‌’ର ଅଫିସିଆଲ୍‌ ହିନ୍ଦୀ ରିମେକ୍‌ ଅଟେ । ଏହି ଫିଲ୍ମର ରିଲିଜ୍‌ ଡେଟ୍‌କୁ ନିଜର ସୋଶିଆଲ ଆକାଉଣ୍ଟରେ ସେୟାର କରି ପ୍ରଶଂସକଙ୍କୁ ଜଣାଇଛନ୍ତି ପରିଣୀତି । ଜଣେ ମହିଳାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟି ବିଶ୍ୱ ମହିଳା ଦିବସରେ ରିଲିଜ୍‌ ହେବା ଏକ ବଡ଼ ନିଷ୍ପତ୍ତି ଅଟେ । ୭ ସପ୍ତାହ ଧରି ଲନ୍ଦନ୍‌ରେ ରହି ସେପ୍ଟେମ୍ବରରେ ଫିଲ୍ମଟିର ସୁଟିଂ ଶେଷ କରିଛନ୍ତି ପରିଣୀତି । ରିଭୁ ଦାସଗୁପ୍ତାଙ୍କ ଦ୍ୱାରା ନିଦେ୍ର୍ଦଶିତ ଏହି ଫିଲ୍ମରେ ପରିଣୀତିଙ୍କ ବ୍ୟତୀତ କୀର୍ତ୍ତି କୁଲ୍‌ହାରୀ ଏବଂ ଅଦିତି ରାଓ ହୈଦରୀ ମଧ୍ୟ ଅଭିନୟ କରୁଛନ୍ତି । ଏହା ଏକ ମର୍ଡର ମିଷ୍ଟ୍ରୀ କାହାଣୀ ଅଟେ । ସୂଚନା ଥାଉ ଯେ, ‘ଦି ଗାର୍ଲ ଅନ୍‌ ଦି ଟ୍ରେନ୍‌’ର ହିନ୍ଦୀ ରୁପାନ୍ତରଣ ଆସନ୍ତା ବର୍ଷ ମେ ୮ ତାରିଖରେ ମୁକ୍ତିଲାଭ କରିବ ବୋଲି ପରିଣୀତି ଘୋଷଣା କରିଛିନ୍ତି । ପରିଣୀତି ଚୋପ୍ରାଙ୍କ ଫିଲ୍ମ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାର’ ସହ ଟକ୍କର ଦେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*