ପରଲୋକରେ ପୂର୍ବତନ ଟେଷ୍ଟ କ୍ରିକେଟର ମାଧବ ଆପ୍ତେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ପୂର୍ବତନ ଭାରତୀୟ ଟେଷ୍ଟ ଓପନର ମାଧବ ଆପ୍ତେଙ୍କର ୮୬ବର୍ଷ ବୟସରେ ଏଠାରେ ପରଲୋକ ହୋଇଯାଇଛି । ଆସନ୍ତା ମାସ ୫ ତାରିଖରେ ସେ ନିଜ ୮୭ତମ ଜନ୍ମଦିବସ ପାଳିଥାନ୍ତେ । ସ୍ଥାନୀୟ ବି୍ରଚକାନ୍ଦି ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି । ୧୯୫୨ ରୁ ୧୯୫୩ ମଧ୍ୟରେ ସେ ଭାରତ ପକ୍ଷରୁ ମୋଟ୍‌ ୭ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୪୨ ରନ୍‌ ସ୍କୋର କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ସାମିଲ ଥିଲା । ଟେଷ୍ଟରେ ତାଙ୍କ ଆଭରେଜ୍‌ ଥିଲା ୪୯.୨୭ । ସେ ମଧ୍ୟ ୬୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୩୩୬ ରନ୍‌ ସ୍କୋର କରିଥିଲେ ଯାହା ଭିତରେ ୬ ଶତକ ଓ ୧୬ ଅର୍ଦ୍ଧଶତକ ସାମିଲ ଥିଲା । ୧୯୩୨ ମସିହା ଅକ୍ଟୋବର ୫ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ମାଧବ ପ୍ରଥମେ ଜଣେ ଲେଗସ୍ପିନର ଭାବରେ ଖେଳିବା ଆରମ୍ଭ କରିଥିଲେ । ଅତ୍ୟନ୍ତ କୁଶଳୀ ଖେଳାଳି ହୋଇଥିଲେ ମଧ୍ୟ କିଛି କୁଚକ୍ରୀ ଗୋଷ୍ଠୀଙ୍କ କାରଣରୁ ସେ କେବଳ ୭ଟି ଟେଷ୍ଟ ମ୍ୟାଚ୍‌ ହିଁ ଖେଳିପାରିଥିଲେ ।
ସବୁଆଡୁ ଶ୍ରଦ୍ଧାଞ୍ଜଳି
ମାଧବ ଆପ୍ତେ ଦୀର୍ଘ ଦିନ ପର୍ଯ୍ୟନ୍ତ ଖେଳାଳି ଭାବରେ ସକି୍ରୟ ଥିଲେ । ଭାରତୀୟ କି୍ରକେଟର ପିତାମହ ଭାବେ ଜଣାଶୁଣା ଡିବି ଦେଓଧରଙ୍କ ଠାରୁ ନେଇ ଭାରତର ରତ୍ନ ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ସେ ଖେଳିଥିଲେ ସେମାନଙ୍କ ବିପକ୍ଷରେ । ଶିବାଜୀ ପାର୍କରେ କିଶୋର ସଚିନଙ୍କ ବିପକ୍ଷରେ କିଛି ମ୍ୟାଚ୍‌ ଖେଳିଥିଲେ ମାଧବ । ତାଙ୍କ ପରଲୋକ ଖବର ସୋମବାର ସକାଳୁ ଜଣାପଡିବା ପରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି । ସଚିନ ତାଙ୍କ କି୍ରକେଟ ଜୀବନକୁ ନିର୍ଦ୍ଦିଷ୍ଟ ଧାରା ପ୍ରଦାନରେ ମାଧବଙ୍କ ଭୂମିକା ଖୁବ୍‌ ଥିଲା ବୋଲି କହିଛନ୍ତି । ୧୪ବର୍ଷ ବୟସ ବେଳୁ ସେ ମୋତେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ଯୋଗୁ ମୁଁ ସିସିଆଇ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲି ବୋଲି ସଚିନ କହିଛନ୍ତି । ସୁନୀଲ ଗାଭାସ୍କର, ବିନୋଦ କାମ୍ବଲି, ରବି ଶାସ୍ତ୍ରୀଙ୍କ ଠାରୁ ନେଇ ବହୁ ବର୍ତ୍ତମାନ ପୂର୍ବତନ ଖେଳାଳି ମାଧବଙ୍କୁ ଗଭୀର ଶୋକାଞ୍ଜଳି ଜଣାଇଛନ୍ତି ।
କାହିଁକି କମ୍‌ ଟେଷ୍ଟ
ଅତ୍ୟନ୍ତ ଭଲ କି୍ରକେଟର ହେବା ସହ ଟେଷ୍ଟ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିଲା ବେଳେ କିପରି ସେ କେବଳ ୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଲେ ତାହା ଆଶ୍ଚର୍ଯ୍ୟ ବିଷୟ ହୋଇରହିଛି । ୧୯୫୨-୫୩ ଟେଷ୍ଟ ସିରିଜରେ ଦୁର୍ଦ୍ଦଶ ୱେଷ୍ଟଇନ୍ଦିଜ ବିପକ୍ଷରେ ସେମାନଙ୍କ ମାଟିରେ ୧୬୩ ରନ୍‌ ସ୍କୋର କରିଥିବା ଖେଳାଳି କିପରି ଅଧିକ ସୁଯୋଗ ନପାଇଲା ତାହା ଆଜି ମଧ୍ୟ ଲୋକେ ପଚାରି ବସନ୍ତି । ତେବେ କୁହାଯାଏ ତକ୍ରାଳୀନ ଚୟନକର୍ତ୍ତା ଲାଲା ଅମରନାଥଙ୍କ କାରଣରୁ ତାଙ୍କର ଟେଷ୍ଟ ଜୀବନ ସ୍ୱଳ୍ପ ହୋଇଥିଲା । ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି ଯେ, ଲାଲା ଅମରନାଥ ଯିଏ ଚୟନ ସମିତିର ଅଧ୍ୟକ୍ଷ ଥିଲେ ମୋ ପିତାଙ୍କ ସହ ତାଙ୍କର ଭେଟ କରାଇଦେବାକୁ କହିଥିଲେ । ଏହାପରେ ସେ ମୋ ପିତା ଲକ୍ଷ୍ମଣ ଆପ୍ତେଙ୍କୁ ଭେଟିବାକୁ ଆସିଥିଲେ । ମାଧବଙ୍କ ବାପା ଲକ୍ଷ୍ମଣ ଜଣେ ସଫଳ କପଡ଼ା ବ୍ୟବସାୟୀ ଥିଲେ । ତାଙ୍କର କୋହିନୂର ମିଲ ନାଁ ରେ ଥିଲା କପଡ଼ା ପ୍ରସ୍ତୁତ କାରଖାନା । ଲାଲା ଅମରନାଥ ସେ ମିଲରେ ସେୟାର ସାଙ୍ଗକୁ ଦିଲ୍ଲୀ ପାଇଁ କପଡ଼ା ବିତରଣର ଦାୟିତ୍ୱ ଚାହୁଁଥିଲେ । ହେଲେ ଲକ୍ଷ୍ମଣ ଆପ୍ତେ ତାହା ମନାକରିଦେବାରୁ ତା’ପରଠାରୁ ମାଧବଙ୍କୁ ଆଉ ଚୟନ କରାଯାଇନଥିଲା । ଏହାପରେ ମାଧବ ପାରିବାରିକ ବ୍ୟବସାୟରେ ମନ ଅଧିକ ଦେଇଥିଲେ । ଦୀର୍ଘ ୫୦ ବର୍ଷ ଧରି ସେ ଖେଳିଥିଲେ କାଙ୍ଗାଲିଗ୍‌ । ୭୧ବର୍ଷ ବୟସରେ ବି ଧଳା ଜର୍ସି ପିନ୍ଧି ନିଜ କିଟ୍‌ ବ୍ୟାଗ ଧରି ପଡିଆକୁ ଖେଳିବାକୁ ଆସିଥିଲେ ବୋଲି ସୋମବାର ମନେପକାଇ କହିଛନ୍ତି ଅନେକ କି୍ରକେଟର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*