ପରବର୍ତ୍ତି ଯୁଦ୍ଧ ଆମେ ସ୍ୱଦେଶୀ ଅସ୍ତ୍ରରେ ଜିତିବୁ : ସେନା ମୁଖ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଭାରତୀୟ ସେନାରେ ସ୍ୱଦେଶୀ ଜ୍ଞାନକୌଶଳର ଅଧିକ ବ୍ୟବହାର ଉପରେ ଜୋର ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ମଙ୍ଗଳବାର କହିଛନ୍ତି ପରବର୍ତ୍ତି ଯୁଦ୍ଧରେ ଭାରତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ବ୍ୟବହାରରେ ବିଜୟ ଲାଭ କରିବ । ଡିଆରଡିଓ ବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାର ୪୧ତମ ନିଦେ୍ର୍ଦଶକ ସମ୍ମିଳନୀରେ ମଙ୍ଗଳବାର ଉଦ୍‌ଘାଟନୀ ଭାଷଣ ଦେଲା ବେଳେ ଜେନେରାଲ ରାୱତ କହିଥିଲେ ଭବିଷ୍ୟତର ଯୁଦ୍ଧଧାରାକୁ ଅନୁମାନ ଲଗାଯାଇ ସେ ଅନୁସାରେ ଅସ୍ତ୍ରଶସ୍ତ୍ରର ବିକାଶ କରାଯିବା ଦରକାର । ଆମେ ଯେତେବେଳେ ଭବିଷ୍ୟତର ଯୁଦ୍ଧ ବାବଦରେ କହୁଛେ ତାର ଅର୍ଥ କେବଳ ସିଧାସଳଖ ଯୁଦ୍ଧ ନୁହେଁ । ପରୋକ୍ଷ ଯୁଦ୍ଧ ମଧ୍ୟ ଏଥିରେ ସାମିଲ ଅଛି । ଆମକୁ ତେଣୁ ବର୍ତ୍ତମାନ ଠାରୁ ମହାକାଶ, ଲେଜର, ରୋବଟିକ୍ସ, ସାଇବର ସ୍ପେସ୍‌ ଏବଂ ଇଲୋକ୍ଟ୍ରୋନିକ ଯୁଦ୍ଧ ବାବଦରେ ଚିନ୍ତା କରିବାକୁ ପଡ଼ିବ । ଆମେ ଯଦି ଏବେ ଠାରୁ ଏ ସବୁ ବାବଦରେ ଚିନ୍ତା ନ କରିବା ତା’ହେଲେ ଆମ ପାଇଁ ଏହା ଖୁବ୍‌ ବିଳମ୍ବ ହୋଇଯିବ । ଗତ କିଛି ଦଶନ୍ଧି ଭିତରେ ଡିଆରଡିଓର କାର୍ଯ୍ୟ ଅତିବ ପ୍ରଶଂସନୀୟ ରହିଛି ବୋଲି ସେ କହିଥିଲେ । ଏହି ସଂସ୍ଥାର ଗବେଷଣା ଆମ ଯୁଦ୍ଧ କ୍ଷମତାକୁ ଖୁବ୍‌ ସହାୟକ ହୋଇଛି ବୋଲି ବତାଇଥିଲେ ସ୍ଥଳସେନା ମୁଖ୍ୟ । ଡିଆରଡିଓ ଭବନ ଠାରେ ଆୟୋଜିତ ଏହି ୨ ଦିନିଆ ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ, ବାୟୁସେନା ମୁଖ୍ୟ ଏୟାରଚିଫ୍‌ ମାର୍ଶାଲ ଆରକେଏସ୍‌ ଭଦୋରିଆ, ନୌସେନା ମୁଖ୍ୟ ଆଡମିରାଲ କରମବୀର୍‌ ସିଂ ଏବଂ ଡିଆରଡିଓର ମୁଖ୍ୟ ଜି ସତିଶ ରେ‡ୀ ମଧ୍ୟ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*