ପରଦାକୁ କେବେ ଆସିବ ବୁଦ୍ଧାଦିତ୍ୟ-ଅନୁଙ୍କ ଯୋଡ଼ି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ବେଶ କେତୋଟି ଓଡିଆ ଫିଲ୍ମରେ ଫିମେଲ ଲିଡ୍ରେ ନଜର ଆସିଛନ୍ତି । ସେ ମା’ ଗୋଜବାୟାଣୀ ସିନେମାରୁ ଓଲିଉଡରେ ହିରୋଇନ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ନାୟକ ଭୂମିକାରେ ଅଭିନୟ କରିଥିଲେ ମନୋଜ ପନ୍ଦା । କେବଳ ଏହି ସନେମାରେ ମନୋଜ ନାୟକ ଭୂମିକା ନିଭାଇଥିଲେ । ଏହାପରେ ସେଳ ଓଲିଉଡର ଅଧିôକାଂଶ ଟପ୍ ନାୟକଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି । ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ, ଆକାଶ ଓ ସୁନୀଲ କୁମାର ପ୍ରମୂଖ ଅଛନ୍ତି ।
ହେଲେ ଅନୁଙ୍କ ସାଥ ଏଯାଏଁ କେତେକ ଓଲିଉଡ୍ ନାୟକ । ଏମାନଙ୍କ ଭିତରୁ ଜଣେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି । ବୁଦ୍ଧାଦିତ୍ୟଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ଓଡିଆ ସିନେମା ହେଲା ‘ଆଇ ଲଭ ମାଇଁ ଇନ୍ଦିଆ’ । ସଂଗ୍ରାମ ବିଶ୍ୱାଳ ନିଦେ୍ର୍ଦଶିତ ତଥା ବିଭୁତି ରାଉତରାୟଙ୍କ ପ୍ରଯୋଜିତ ଏହି ସିନେମାରେ ନାୟିକା ଭୂମିକାରେ ଥିଲେ ନମ୍ରତା ଥାପ୍ପାଫ ଏହାପରେ ବୁଦ୍ଧାଦିତ୍ୟ ଅର୍ଚ୍ଚିିତା, ବର୍ଷା ପ୍ରିୟଦର୍ଶିନୀ ଓ କୋଏଲ ପ୍ରମୂଖ ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନାୟକ ବିନଛନ୍ତି । ତେବେ ଅନୁ ଚୌଧୁରୀଙ୍କ ବିପମକ୍ଷରେ କୌଣସି ସିନେମାରେ ଏଯାଏଁ ନାୟକ ହେବାର ସୁଯୋଗ ମିଳିନାହିଁ ବୁଦ୍ଧାଦିତ୍ୟଙ୍କୁ । ଏବେ ଅନୁଙ୍କ ହାତରେ ‘ଛବିରାଣୀ’ ସିନେମା ଥିବା ବେଳେ ବୁଦ୍ଧାଦିତ୍ୟଙ୍କ ହାତ ଫାଙ୍କା । ଏବେ ଅନୁ ଚୌଧୁରୀ ଓ ବୁଦ୍ଧାଦିତ୍ୟଙ୍କ ଯୋଡିକୁ ଦର୍ଶକ କେବେ ପରଦାରେ ଦେଖିବାକୁ ପାଇବେ, ତାହା ଦେଖିବାକୁ ବାକି ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*