ପବନ ପାଇଁ ନୂଆ ଓକିଲ ନିଯୁକ୍ତ, ବିନୟ କରିଥିବା ଆବେଦନ ରାୟ ସଂରକ୍ଷିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀ କୋର୍ଟ ଗୁରୁବାର ନିର୍ଭୟା ମାମଲାର ଦୋଷୀ ପବନ ଗୁପ୍ତା ପାଇଁ ଓକିଲ ନିଯୁକ୍ତ କରିଛନ୍ତି । ଓକିଲ ରବି କ୍ୱାଜି ଏବେଠାରୁ ପବନ ପାଇଁ ମାମଲା ଲଢିବେ ବୋଲି ଜଣାପଡିଛି । ପବନ ଡିଷ୍ଟି୍ରକ୍ଟ ଲିଗାଲ ସର୍ଭିସ ଅଥୋରିଟୀ(ଡିଏଲଏସଏ) ଦ୍ୱାରା ପ୍ରଦାନ କରାଯାଇଥିବା ଓକିଲଙ୍କ ସେବା ନେବାକୁ ମନା କରିଦେଇଥିଲା । ଏହାପରେ ଅତିରିକ୍ତ ସେସନ୍‌ ଜଜ୍‌ ଧର୍ମେନ୍ଦର ରାଣା ଓକିଲ କ୍ୱାଜିଙ୍କୁ କୋର୍ଟରେ ପବନର ପ୍ରତିନିଧିତ୍ୱ ପାଇଁ ନିଯୁକ୍ତି କରିଥିଲେ । ହେଲେ କୋର୍ଟ ଏହି ଅବସରରେ ବନ ପକ୍ଷରୁ ଆଇନଗତ ପ୍ରକ୍ରିୟା ବ୍ୟବହାର କରାଯିବାର ବିଳମ୍ବ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିର୍ଭୟା ମାମଲାର ଅନ୍ୟ ୩ ଦୋଷୀ ମୁକେଶ, ଅକ୍ଷୟ, ବିନୟ ଫାଶୀରୁ ବଞ୍ଚôବା ପାଇଁ ସବୁପ୍ରକାର ବିକଳ୍ପ ବ୍ୟବହାର କରିସାରିଥିବାବେଳେ ପବନ ଏପର୍ଯ୍ୟନ୍ତ କୁ୍ୟରେଟିଭ୍‌ ପିଟିସନ କି ଦୟା ପାଇଁ ଆବେଦନ କରିନାହିଁ ।
ଏହା ପୂର୍ବରୁ ପବନ ଅଦାଲତଙ୍କୁ କହିଥିଲା ଯେ, ସେ ନିଜର ପୁରୁଣା ଓକିଲକୁ ହଟାଇ ଦେଇଛି, ତେଣୁ ନୂଆ ଓକିଲ ନିଯୁକ୍ତି ପାଇଁ କିଛି ସମୟର ଆବଶ୍ୟକତା ଅଛି । ଡିଏଲଏସଏ ପବନ ଗୁପ୍ତାର ବାପାଙ୍କୁ କିଛି ଓକିଲଙ୍କ ତାଲିକା ପ୍ରଦାନ ପୂର୍ବକ ସେଥିରୁ ଓକିଲ ବାଛିବା ପାଇଁ କହିଥିଲା । ହେଲେ ପବନ ଡିଏଲଏସଏ ପ୍ରଦାନ କରିଥିବା ତାଲିକାରୁ ଓକିଲ ଚୟନ କରିବାକୁ ମନା କରିଦେଇଥିବା ବାବଦରେ ତିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ କୋର୍ଟ ଆଜି ପବନ ପାଇଁ ନୂତନ ଓକିଲ ନିଯୁକ୍ତ କରିଛନ୍ତି ।
କୋର୍ଟ ନିର୍ଭୟାଙ୍କ ପରିଜନ ଏବଂ ଦିଲ୍ଲୀ ସରକାରଙ୍କ ସେହି ଆବେଦନର ମଧ୍ୟ ଶୁଣାଣି କରିଥିଲେ, ଯେଉଁଥିରେ ଦୋଷୀଙ୍କ ପାଇଁ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରାଯାଇଥିଲା । ହେଲେ ଏନେଇ ଆସନ୍ତା ୧୭ ତାରିଖରେ ଶୁଣାଣି କରିବେ ବୋଲି କୋର୍ଟ ଧାର୍ଯ୍ୟ କରିଥିଲେ ।
ଅନ୍ୟପଟେ ଗୁରୁବାର ସୁପ୍ରିମକୋର୍ଟ ନିଭୟା ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ଦୟା ଆବେଦନ ଖାରଜ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନର ରାୟକୁ ଶୁକ୍ରବାରକୁ ସଂରକ୍ଷିତ ରଖିଛନ୍ତି । ନିକଟରେ ଶର୍ମା ସୁପ୍ରିମକୋର୍ଟରେ କରିଥିବା ନିଜ ଆବେଦନରେ ଜେଲରେ ଥିବାବେଳେ ଅନେକ ମାନସିକ ନିର୍ଯାତନାର ଶିକାର ହୋଇଛି ବୋଲି ଦର୍ଶାଇବା ସହ ଫାଶୀ ଦନ୍ଦକୁ ଆଜୀବନ କାରାଦନ୍ଦରେ ପରିଣତ କରିବାକୁ ନିବେଦନ କରିଛି । ଏହାଛଡା ଜଷ୍ଟିସ୍‌ ଆର ଭାନୁମତୀ, ଅଶୋକ ଭୂଷଣ ଏବଂ ଏଏସ ବୋପାନ୍ନାଙ୍କୁ ନେଇ ଗଠିତ ଖନ୍ଦପୀଠ ଏହି ଅବସରରେ ଅନ୍ୟତମ ଦୋଷୀ ପବନ ଗୁପ୍ତା ପାଇଁ ଅଞ୍ଜନା ପ୍ରକାଶଙ୍କୁ ଆମିକସ୍‌ କୁ୍ୟରୀଭାବେ ନିଯୁକ୍ତ କରିଥିଲେ । ଏହା ପୂର୍ବରୁ ପ୍ରକାଶ, ଦୋଷର ମୁକେଶ କୁମାର ସିଂହ ପାଇଁ ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଖାରଜ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ସେହିପରି ୪ ଦୋଷୀଙ୍କୁ ଭିନ୍ନ ଭିନ୍ନ ଭାବେ ଫାଶୀ ଦେବା ସକାଶେ କେନ୍ଦ୍ର ସରକାର କରିଥିବା ଏକ ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ଶୁକ୍ରବାର ଯାଏ ଘୁଞ୍ଚାଇ ଦେଇଛନ୍ତି । ଏହାସହ ସମସ୍ତ ଦୋଷୀଙ୍କୁ କୋର୍ଟ ଶୁକ୍ରବାର ସୁଦ୍ଧା ଏହି ମାମଲାରେ ଜବାବ ଦାଖଲ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*