ପପ୍ପୁ ଯାଦବ କହିଲେ ମହାଗଠବନ୍ଧନ ନେତୃତ୍ୱ ଜଣେ ମାଙ୍କଡ଼ ହାତରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ପାଟନା

ଜନ ଅଧିକାର ପାର୍ଟିର ମୁଖିଆ ତଥା ମଧେପୁରା ସାଂସଦ ରାଜେଶ ରଞ୍ଜନ ଓରଫ ପପ୍ପୁ ଯାଦବ କହିଛନ୍ତି ଯେ, ମହାଗଠବନ୍ଧନର ନେତୃତ୍ୱ ଜଣେ ମାଙ୍କଡ଼ଙ୍କ ହାତରେ । ତାଙ୍କର ଇସାରା ଥିଲା ରାଜଦ ମୁଖିଆ ଲାଲୁ ପ୍ରସାଦଙ୍କ ସାନପୁଅ ତେଜସ୍ୱୀଙ୍କ ଆଡ଼କୁ । ପପ୍ପୁ କହିଛନ୍ତି ଯେ, ଏଠାରେ ମହାଗଠବନ୍ଧନ ନେତୃତ୍ୱ କଂଗ୍ରେସକୁ ନେବା ଦରକାର । ଆଉ ଆମ ଦଳକୁ ଦୁଇଟି ଆସନ ମିଳିଲେ ଆମେ ମହାଗଠବନ୍ଧନରେ ସାମିଲ ହେବୁ ।
ପପ୍ପୁ ଯାଦବ କହିଛନ୍ତି ଯେ, ମହାରାଷ୍ଟ୍ର ଏବଂ ବିହାରରେ ଯେଭଳି ଭାଜପା ବଡ଼ ହୃଦୟ ଦେଖାଇ ଗଠବନ୍ଧନ କଲା ଠିକ୍‌ ସେହିପରି କଂଗ୍ରେସକୁ ମଧ୍ୟ ଗଠବନ୍ଧନ ନେଇ ଖୋଲା ଆଭିମୁଖ୍ୟ ଦେଖାଇବା ଦରକାର । ନିଜେ ଗଠବନ୍ଧନରେ ସାମିଲ ହେବେ କି ନାହିଁ ସେ ପ୍ରସଙ୍ଗରେ ପପ୍ପୁ କହିଛନ୍ତି ଯେ, ଜଦୟୁର ପ୍ରଶାନ୍ତ କିଶୋର ମୋତେ ଭେଟିଥିଲେ । ହେଲେ ମୁଁ କିଛି କହିନାହିଁ । ମୁଁ କାହାର ଦୁଆରକୁ ଯିବି ନାହିଁ । ଯଦି ମୋତେ ଦୁଇଟି ଆସନ ମିଳେ ତେବେ ମୁଁ ବିହାର ମହାଗଠବନ୍ଧନରେ ସାମିଲ ହେବାକୁ ଚିନ୍ତା କରିବି । ତେବେ ବଡ଼କଥା ହେଉଛି ଏହି ମହାଗଠବନ୍ଧନ ନେତୃତ୍ୱ ଜଣେ ମାଙ୍କଡ଼ଙ୍କ ହାତରେ । ତେଣୁ ମୋତେ ନିଷ୍ପତ୍ତି ନେବା ପୂର୍ବରୁ ବାରମ୍ବାର ଚିନ୍ତା କରିବାକୁ ପଡିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*