ପଢିଲେ, ପଢାଇଲେ ଜିଲ୍ଲାପାଳ ପାଚେରି ଓ ସାଇକେଲ ଷ୍ଟାନ୍ଦ ପାଇଁ ମଞ୍ଜୁର ୧୦ ଲକ୍ଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ପାଟକୁରା

କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଅଚାନକ ଭାବେ ମାର୍ଶାଘାଇ ବ୍ଲକ୍ ସ୍ଥିତ କରିଲୋପାଟଣା ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ । ସେଠାରେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅରକ୍ଷିତ ସାମନ୍ତରାୟଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଶ୍ରେଣୀଗୃହରେ ବସି ପାଠ ପଢିବା ସହିତ ବିଭିନ୍ନ ଶ୍ରେଣୀଗୃହକୁ ଯାଇ ଭିନ୍ନ ଭିନ୍ନ ବିଷୟରେ ପାଠ ପଢାଇଥିଲେ । ଅଧ୍ୟାପକମାନେ କିପରି ନିଜ ନିଜର ଅଧ୍ୟାପନା ଦିଗ ପ୍ରତି ଗୁରୁତ୍ୱ ଦେବେ ସେ ନେଇ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହ କିପରି ଖୁବଶୀଘ୍ର ଏହାର ସମାଧାନ ହୋଇପାରିବ ଏ ନେଇ ସଙ୍ଗେ ସଙ୍ଗେ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ପରେ ଲାଇବ୍ରେରୀ ବୁଲିବା ସହ ଷ୍ଟଡି ସେଣ୍ଟର, କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବୁଲିବା ସହ ମହାବିଦ୍ୟାଳୟର ଅନେକ ସମସ୍ୟା ସହ ଖେଳପଡିଆ, ଛାତ୍ରଛାତ୍ରୀମାନଙ୍କ ପାଇଁ ସାଇକେଲ ଷ୍ଟାନ୍ଦ ନିର୍ମାଣ ପାଇଁ ୬ ଲକ୍ଷ ଓ ମହାବିଦ୍ୟାଳୟର ପ୍ରାଚୀର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଅନୁଦାନ ତୁରନ୍ତ ପ୍ରଦାନ କରିବା ସହ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ କାମ ଆରମ୍ଭ ପାଇଁ ନିଦେ୍ର୍ଦଶ ଦେଇଥିଲେ । ପରେ ଗ୍ରାମକୁ ଯାଇ ଦୁର୍ଗା ପଡିଆ ଠାରେ ଥିବା ପୋଖରୀର ପୁନରୁଦ୍ଧାର ପାଇଁ ବ୍ଲକ ଅତିରିକ୍ତ ବିଡିଓ ଦେବେନ୍ଦ୍ର ସ୍ୱାଇଁଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*