ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘର କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବଡ଼ମ୍ବା

ଜଣେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କ ଗିରଫ ଦାବିରେ ବଡ଼ମ୍ବା ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଆଜକୁ ୪ଦିନ ହେବ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ତେବେ ସେମାନଙ୍କ ଦାବି ପ୍ରତି ବ୍ଲକ କର୍ମଚାରୀ ସଂଘ, ଜିଆରଏସ ସଂଘ ସମର୍ଥନ ଜଣାଇଥିଲେ । ଫଳସ୍ୱରୁପ ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ଜଣାଯାଇଛି ।
ଅପର ପକ୍ଷରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆନେ୍ଦାଳନକୁ ଅଧିକ ଜୋରଦାର କରାଯିବ ଏବଂ ଖୁବ୍ଶୀଘ୍ର ଏଥିପାଇଁ ଆଠଗଡ଼ ଉପଖନ୍ଦର ସମସ୍ତ ବ୍ଲକର କାର୍ଯ୍ୟନିର୍ବାହୀ ସଂଘ ସଦସ୍ୟଙ୍କ ସମର୍ଥନ ମଗାଯିବ ବୋଲି ଆନେ୍ଦାଳନରତ କର୍ମଚାରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ସମ୍ପାଦକ ସଞ୍ଜୟ କୁମାର ସାହୁ ସୂଚନା ଦେଇଥିଲେ । ଘଟଣାରୁ ପ୍ରକାଶ ଗତ ୭ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ବେକ୍ଷଣ ଏବଂ ତଦନ୍ତ ଦାୟିତ୍ୱରେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଯୋଡ଼ୁମ ପଞ୍ଚାୟତ ଗସ୍ତରେ ଯାଇଥିବା ବେଳେ ଉକ୍ତ ପଞ୍ଚାୟତର ଜନୈକ ଆବାସ ଯୋଜନାର ହିତାଧିକାରୀ (ବାପ ଏବଂ ପୁଅ) ଉକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରୁ ଜଣାଯାଇଛି । ଏନେଇ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*