ପଞ୍ଚାୟତ ଅଫିସ ଗୃହ ନିର୍ମାଣକୁ ନେଇ ବ୍ଲକ୍‌ ଘେରିଲେ ଗ୍ରାମବାସୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସାରସକଣା

୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ସାରସକଣା ବ୍ଲକର ପୋଖରୀଆ ପଞ୍ଚାୟତରୁ ପଳାସବଣୀ, ଖଇରବଣି, ଦରଖଳି, ସରଗଛିଡା ଗ୍ରାମର ୭ଟି ଓାର୍ଡକୁ ଅଲଗା କରି ୪ଗୋଟି ଓାର୍ଡକୁ ମିଶାଇ ନୂତନ ପଞ୍ଚାୟତ ଭାବେ ସିଲଫୋଡି ଗ୍ରାମପଞ୍ଚାୟତ ଗଠନ କରାଯାଇଥିଲା । ଦୀର୍ଘଦିନ ଧରି ଜିଲ୍ଲାପାଳ ଏବଂ ବ୍ଲକ ପ୍ରଶାସନ ପାଖରେ ସମସ୍ତ ଗ୍ରାମର ମଧ୍ୟଭାଗର ପଞ୍ଚାୟତଅଫିସ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଜମି ଖନ୍ଦିଏ ଦିଆଗଲା ନାହିଁ । ଗ୍ରାମବାସୀଙ୍କ ସୂଚନା ମୁତାବକ ବ୍ଲକ ପ୍ରଶାସନ ତରଫରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅରୁଣ କୁମାର ଟେଟେ ସିଲଫୋଡି ଯାଇ ନିଜ ଇଚ୍ଛାରେ ଏକ ସ୍ଥାନ ବାଛି ସେଠାରେ ଅଫିସ କରାଯିବାର ଘୋଷଣା କରିବା ପରେ ବିବାଦ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଦୀର୍ଘ ଦିନରୁ ଊଦ୍ଧ୍ୱର୍ର୍ ସମୟ ଧରି ଜନଅସନ୍ତୋଷ ରହି ଆସିଛି । ତେବେ ଶନିବାର ଦିନ ଆମ ଗାଁ ଆମ ବିକାଶ ଚାଲିଥିଲା ବେଳେ ଦେଖାଯାଇଥିଲା ଜନଅସନ୍ତୋଷ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇ ଆସିଥିବା ସିଲଫୋଡି ପଞ୍ଚାୟତର ସରପଞ୍ଚ ଜେମାମଣୀ ନାଏକ, ପଂଚାୟତ ସମିତି ସଭ୍ୟ ପାର୍ବତୀ ନାଏକ, ନୋଡାଲ ଅଫିସର, ସିଆରସିସି ରାମ ମାହାଲି ଓ ସନ୍ତୋଷ ସାହୁ ଦିନ ପ୍ରାୟ ୧୨.୫୦ରେ ପହଞ୍ଚିଥିଲେ । ପଞ୍ଚାୟତବାସୀଙ୍କ ଦାବି ଥିଲା ସରକାର ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ୨୦୧୭ ମସିହାରୁ ସିଲଫୋଡି ପଞ୍ଚାୟତ ଅଫିସ ଗୃହ କରାଯାଉନାହିଁ କାହିଁକି । କାଗଜ କଲମରେ ପଞ୍ଚାୟତ ଅଛି ସିଲଫୋଡି ମାତ୍ର ଅଫିସ ନାହିଁ, ଫଳରେ କାଳିଆ ଯୋଜନାର ଲାଭ ନେଇ ପାରୁନାହାନ୍ତି ଚାଷୀମାନେ । ଆମ ଗାଁ ଆମ ବିକାଶ ଯୋଜନାରେ ଆଜି ପର୍ଯ୍ୟନ୍ତ ଗାଁରେ କୌଣସି କାର୍ଯ୍ୟ ହୋଇନାହିଁ । ଅନ୍ୟପଟେ ସିଲଫୋଡି ଗ୍ରାମର କିଛି ମୁଷ୍ଟିମେୟ ଲୋକ ସଭାରେ ସମିତି ସଭ୍ୟ, ଓାର୍ଡ ମେମ୍ବରମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ’ଣ ମାଂସ ଭାତ ଦେଇ ଭୋଟ ହାତେଇବାକୁ ଲୋକମାନଙ୍କୁ ଡାକିଛନ୍ତି ବୋଲି ଉପସ୍ଥିତ ଜନସାଧାରଣ ସରପଞ୍ଚ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏପରିକି ଦୀର୍ଘଦିନ ହେଲା ଆପଣମାନେ ଆମ ପଞ୍ଚାୟତସ୍ତରରେ କଣ କରିଛନ୍ତି ବୋଲି ପଚାରିବାରୁ ସମସ୍ତ ଅଧିକାରୀ ମୁନ୍ଦ ତଳକୁ କରି ବସିଥିବାର ଦେଖିବାକୁ ମିଳିବା ସହିତ ଗଣମାଧ୍ୟମର କୌଣସି ପ୍ରଶ୍ନର ଜବାବ ଦେଇନଥିଲେ । ତେବେ କାହା ନିକଟରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ୪୦୦ରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ସାରସକଣା ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ସମ୍ମୁଖରେ ଧାରଣାରେ ବସିଥିଲେ । ମାତ୍ର ଦୁଃଖର ବିଷୟ ଏବାବଦରେ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ଦିନ ୨ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ଏହି ସମସ୍ୟା ପାଇଁ ଆସିନଥିଲେ । ଦିନ ୩ଟା ସମୟରେ କୌଣସି ସୁତ୍ରରୁ ଖବର ପାଇ ତହସିଲଦାର ବୃନ୍ଦାବନ ପତି , ଝାରପୋଖରୀଆ ଆଇଆଇସି ଶରତ କୁମାର ମହାଳିକ ବ୍ଲକରେ ପହଁଚି ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ଆପୋଷ ଆଲୋଚନା କରାଯାଇଥିଲା । ଶେଷରେ ତହସିଲଦାର ଗ୍ରାମବାସୀଙ୍କ ଅଭିଯୋଗକୁ ଜିଲ୍ଲାପାଳ ଓ ବିଡିଓଙ୍କୁ ଜଣାଇବା ସହିତ ସମସ୍ତ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସମସ୍ତଙ୍କ ସୁବିଧାନୁଯାୟୀ ମଧ୍ୟ ଭାଗରେ କରାଯିବା ପାଇଁ ଲିଖିତ ଭାବେ ଦେବା ପରେ ଗ୍ରାମବାସୀ ଧାରଣରୁ ଓହରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*