ପଞ୍ଚକୁଲା ହିଂସା: ହନିପ୍ରୀତ ସମେତ ୧୫ ଅଭିଯୁକ୍ତଙ୍କ ଉପରୁ ହଟିଲା ଦେଶଦ୍ରୋହ ଆରୋପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଜେନେଭା

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମର ସହଯୋଗୀ ହନିପ୍ରୀତ ସମେତ ୧୫ ଜଣ ଅଭିଯୁକ୍ତଙ୍କ ଉପରୁ କୋର୍ଟ ଦେଶଦ୍ରୋହ ଆରୋପ ହଟାଇ ଦେଇଛନ୍ତି । ସାଧ୍ୱୀଙ୍କୁ ଯୌନ ଶୋଷଣ ମାମଲାରେ ରାମ ରହିମଙ୍କୁ ଦନ୍ଦ ମିଳିବା ପରେ ୨୦୧୭, ଅଗଷ୍ଟ ୨୫ରେ ହିଂସାକାନ୍ଦ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୩୬ଜଣ ପ୍ରାଣ ହରାଇଥିଲେ । ଡେରା ସମର୍ଥକମାନେ ବହୁ ଗାଡି ପୋଡି ଦେବା ସହ ପଟ୍ରୋଲ ପମ୍ଫ ଏବଂ କାର୍ଯ୍ୟାଳୟଗୁଡିକରେ ନିଅାଁ ଲଗାଇ ଦେଇଥିଲେ । ପୁଲିସ୍‌ ଦଙ୍ଗା ସୃଷ୍ଟି ଘଟଣାରେ ହନିପ୍ରୀତଙ୍କୁ ଗିରଫ କରିଥିଲା । ହନିପ୍ରୀତ ଉପରେ ଦେଶଦ୍ରୋହ ସମେତ ଅନ୍ୟାନ୍ୟ ଧାରା ଲଗାଇ ମାମଲା ରୁଜୁ ହୋଇଥିଲା । ଶନିବାର ପଞ୍ଚକୁଲା ଏଡିଜେ ସଂଜୟ ଧୀର କୋର୍ଟରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା । ହନିପ୍ରୀତ ଭିଡିଓ କନଫରେନ୍ସ ଯୋଗେ ଉପସ୍ଥିତ ହୋଇଥିଲେ । ପୁଲିସ୍‌ କୋର୍ଟରେ ହନିପ୍ରୀତଙ୍କ ସମେତ ଅନ୍ୟ ଆରୋପୀଙ୍କ ଉପରେ ଲାଗିଥିବା ଦେଶଦ୍ରୋହ ଆରୋପକୁ ସାବ୍ୟସ୍ତ କରିପାରିନଥିଲା । କୋର୍ଟ ଆରୋପୀଙ୍କ ଉପରେ ଲାଗିଥିବା ଦେଶଦ୍ରୋହ ଆରୋପ ହଟାଇ ମାମଲାକୁ ସିଜେଏମ କୋର୍ଟକୁ ସ୍ଥାନାନ୍ତର କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*