ନୟାପଲ୍ଲୀ କଲ୍ୟାଣ ମଣ୍ଡପ ଭଙ୍ଗା ସ୍ଥାନରେ ପାର୍କ କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

୧୯୬୫ ଏପ୍ରିଲ ୧୬ ତାରିଖରେ ୧୧ଟି ମୌଜା ସହ ନୟାପଲ୍ଲୀ ମୌଜା ଭୁବନେଶ୍ୱର ପୌର ପରିଷଦରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ସବୁ ମୌଜାରେ ଥିବା ପ୍ରାୟ ୧୦୦ଏକର ଜମିରେ ଭାରତ ସରକାର ୧୨୦ ଓଦ୍ଭଲବଦ୍ଭଗ୍ଧକ୍ଟକ୍ସଚ୍ଚ ଈବଗ୍ଧଗ୍ଧକ୍ଷକ୍ଟଦ୍ଭ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ଅଫିସ ନିର୍ମାଣ ହୋଇଛି । ଞକ୍ଟଙ୍ଗଦ୍ଭ ଉଙ୍କକ୍ଷଗ୍ଧଙ୍କକ୍ସର ଊରଙ୍ଖରକ୍ଷକ୍ଟକ୍ଟ୍ର ହେବା ଯୋଗୁ ଓଡ଼ିଶା ସରକାର କଲ୍ୟାଣ ମନ୍ଦପ ନିର୍ମାଣ ଯୋଜନା କଲେ । ଆଉ ବିବାହ-ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରାଜଧାନୀର ୟୁନିଟ-୮ରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ କଲ୍ୟାଣ ମନ୍ଦପ । ନୟାପଲ୍ଲୀ ମୌଜା ପୌର ପରିଷଦ ପରେ ମହାନଗର ନିଗମ ହୋଇଥିବା ଭୁବନେଶ୍ୱରରେ ମିଶିବାର ୫୪ବର୍ଷ ହୋଇଗଲାଣି । ତେବେ ବିନା ସର୍ଭେରେ ସ୍ମୃତିକୁ ମାଟିରେ ମିଶାଇ ଦିଆଗଲା
ନୟାପଲ୍ଲୀ ଏବେ ବିଏମ୍‌ସିର ୩୯ନଂ ୱାର୍ଡ ହୋଇଯାଇଛି । କିନ୍ତୁ ଭୁବନେଶ୍ୱର ପ୍ରଥମ କଲ୍ୟାଣ ମନ୍ଦପର ଚିହ୍ନବର୍ଣ୍ଣ ନାହିଁ । ଯଦିଓ ସ୍ୱଳ୍ପ ମୂଲ୍ୟରେ ମିଳୁଥିବା ସେହି କଲ୍ୟାଣ ମନ୍ଦପଟି ଭାଙ୍ଗିରୁଜି ଯାଇନଥିଲା, କିନ୍ତୁ ୨୦୧୭ରେ ବିଏମ୍‌ସି, ବିଡିଏ ଏବଂ ଜିଏ ବିଭାଗ ମିଶି ଏହାକୁ ଭାଙ୍ଗି ଦେଲେ । ଭଙ୍ଗା ହେବା ସମୟରେ କୁହାଗଲା ଏଠାରେ ଭୁବନେଶ୍ୱର ମହାନଗର ନିଗମର ନୂଆ କାର୍ଯ୍ୟାଳୟ ନିର୍ମାଣ ହେବ । ରାଜଧାନୀର ପେଣ୍ଠସ୍ଥଳୀରେ ଥିବା ୧ ଏକର ୨୨୪ ଡେସିମିଲ ଭୁବନେଶ୍ୱର ମହାନଗର ନିଗମର ଅଫିସ ହେବ ଜାଣି ସ୍ଥାନୀୟ ଲୋକମାନେ ସେହି ନିଷ୍ପତ୍ତିକୁ ବିରୋଧ କରିନଥିଲେ । କିନ୍ତୁ ସ୍ମାର୍ଟ ସିଟି ରାଜଧାନୀର ମହାନଗର ନିଗମ ଅଫିସ ପାଇଁ ଏହି ଜାଗା କମ୍‌ ପଡ଼ିଲା । ତେବେ ଏଠି ପ୍ରଶ୍ନ ଉଠୁଛି ୩୯ନଂ ୱାର୍ଡରେ ଥିବା ଭୁବନେଶ୍ୱରର ପ୍ରଥମ କଲ୍ୟାଣ ମନ୍ଦପ ଭାଙ୍ଗିବା ଆଗରୁ ସରକାରୀ ଅଧିକାରୀ, ସର୍ଭେ କରିନଥିଲେ କାହିଁକି? ଯଦି ବିଏମ୍‌ସି ଅଫିସ ସେହି ଜାଗାରେ ନିର୍ମାଣ ହେବ ନାହିଁ । ତାହେଲେ ସେହି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ପାର୍କ ବା ନୂଆ କଲ୍ୟାଣ ମନ୍ଦପ ପ୍ରତିଷ୍ଠା କରାଯାଉ ବୋଲି ଦାବି ହେଉଛି । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଏହି ସ୍ଥାନରେ ୬ମହଲା ବିଶିଷ୍ଟ ସରକାରୀ ବାସଗୃହ ନିର୍ମାଣ ହେବ । ତେବେ ପ୍ରକୃତରେ ଏଠାରେ ସରକାରୀ କ୍ୱାଟର୍ସ କି ମଲ୍‌ ବା କୌଣସି ମାର୍କେଟ୍‌ କମ୍ପେ୍‌ଲକ୍ସ ନିର୍ମାଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପାର୍କ ପାଇଁ ଦାବି ଜୋର ହୋଇଛି । ରବିବାର ଏହି ଦାବି ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*