ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲ୍ଖେିଲେ ସରକାରୀ ଠିକା, ଆଉଟସୋର୍ସିଂ କର୍ମଚାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଆରମ୍ଭ ହେଲା ସରକାରୀ କର୍ମଚାରୀ ମାନଙ୍କ ପୋଷ୍ଟକାର୍ଡ଼ ଅଭିଯାନ । ରାଜ୍ୟର ହଜାର ହଜାର ଠିକା, ଆଉଟସୋର୍ସିଂ କର୍ମଚାରୀମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କାରଣ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ବିଭିନ୍ନ ସରକାରୀ ଦପ୍ତରରେ ଏହି କର୍ମଚାର ମାନେ କାର୍ଯ୍ୟ କରୁଛନ୍ତି । ମାସକୁ ଛଅରରୁ ଆଠ ହଜାର ଦରମାରେ ହଜାର ହଜାର କର୍ମଚାରୀ ମାନେ ନିଷ୍ଠା ସହ କାର୍ଯ୍ୟ କରିଆସୁଛନ୍ତି । ଯାହା ସାଧାରଣ ଦିନ ମଜୁରିଆର ରୋଜଗାର ଠାରୁ ବି କମ୍ । ଏଭଳି ଅନ୍ୟାୟ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ବର୍ଷ ବର୍ଷ ଧରି ପ୍ରତିବାଦ କରି ଆସୁଛନ୍ତି ସରକାରୀ ଠିକା, ଆଉଟସୋର୍ସିଂ କର୍ମଚାରୀ । ତେବେ ରାଜ୍ୟ ସରକାର ବି ପ୍ରତିଶୃତି ଦେଇଛନ୍ତି କିନ୍ତୁ ଦୁଭାର୍ଗ୍ୟର ବିଷୟ ତାହା ପରବର୍ତୀ ଅବସ୍ଥାରେ କାର୍ଯ୍ୟକାରୀ କରାଯାଉନାହିଁ । ତେଣୁ ଏକ ଅଭିନବ ଉପାୟରେ ନିଜର ଦାବିକୁ ସରକାରଙ୍କ ପାଖରେ ରଖିବାକୁ ଠିକା ଓ ଆଉଟସୋର୍ସିଂ କର୍ମଚାରୀ ମାନେ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ମୁଖ୍ୟ ଶାସନ ସଚିବକୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରୁ ଠିକା ଓ ଆଉଟସୋର୍ସିଂ ଭଳି ଘୃଣ୍ୟ ଓ କୁତ୍ସିତ ପ୍ରଥାକୁ ଉଛେଦ କରାଯାଉ ଏବଂ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଚଳିତ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ ବୋଲି କହିଛନ୍ତି । ତେବେ ରାଜ୍ୟ ସରକାର ଏହି କର୍ମଚାରୀ ମାନଙ୍କ ଦୁଃଖ ନ ବୁଝନ୍ତି, ତାହା ହେଲେ ବାଧ୍ୟ୍ୟ ହୋଇ ଓଡ଼ିଶା କର୍ମଚାରୀ ମହାମଚଂ ନିଜର ଆନେ୍ଦାଳନକୁ ବ୍ୟାପକ କରିବ ବୋଲି କହିଛନ୍ତି । ଏହିଠାରେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମନ୍ଦଳୀ ହିଞ୍ଜୁଳିକାଟୁ ଠାରୁ ଆରମ୍ଭ କରାଯିବ । ଏହା ପରେ ପରେ ସାରା ରାଜ୍ୟରୁ ପୋଷ୍ଟକାର୍ଡ଼ ପ୍ରେରଣ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ମହାମଂଚର ଆବାହକ ପ୍ରଭାତ ମହାନ୍ତି, ମଧୁସୂଦନ ମଲ୍ଲିକ, ଠିକା କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ, ଉପସଭାପତି କ୍ଷିତିଶ ପନ୍ଦା ଏବଂ ଆଉଟସୋର୍ସିଂ ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ, ଉପସଭାପତି ସତ୍ୟବ୍ରତ ବାରିକ, ସମ୍ପାଦକ ମାନସ ଦାସ, ମହାସଚିବ ସଚିତ୍ର ଦାସ, ସଂଗଠନ ସମ୍ପାଦକ ତାପସ ମିଶ୍ର ଚକ୍ତିଭିତିକ ସରକାରୀ ହାଇସ୍କୁଲର ସଭାପତି ଶୁଭ୍ରଜିତ ପ୍ରତ୍ିହାରି ସମ୍ପାଦକ ବିପିନ ବିହାରୀ ସାହୁ ପ୍ରମୁଖ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*