ନ୍ୟାୟ ନମିଳିଲେ ଝିଅଭଳି ଆତ୍ମହତ୍ୟା କରିବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ବହୁଚର୍ଚ୍ଚିତ କୁନ୍ଦୁଲୀ ଦୁଷ୍କର୍ମ ପୀଡିତା ମାମଲାର ଖୋଳତାଡ କରିବା ପାଇଁ ରବିବାର ଦିନ ଏଥିପାଇଁ ଗଠିତ ଏସ୍‌ଆଇଟି ତଦନ୍ତ ଆରମ୍ଭ କରିଛି । ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଗଠିତ ହୋଇଥିବା ୩ଜଣିଆ ଡିଆଇଜି ସ୍ତରର ଏସ୍‌ଆଇଟି ରବିବାର କୋରାପୁଟରେ ପହଞ୍ଚô ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଏସ୍‌ଆଇଟି ସଦସ୍ୟ ସଫିକ୍‌ ମହମ୍ମଦ ଖାନ୍‌, ହିମାଂଶୁ ଲାଲ, ସତ୍ୟବ୍ରତ ଭୋଇ ଘଟଣାର ସାକ୍ଷ୍ୟ ଗ୍ରହଣ କରିଛନ୍ତି ।
୨୦୧୭ ଅଗଷ୍ଟ ୧୭ତାରିଖରେ କୁନ୍ଦୁଲୀ ପୀଡିତା ଫଟୋ ଉଠାଇ ଘରକୁ ଫେରୁଥିବା ସମୟରେ ୪ଜଣ ସେନା ପୋଷାକଧାରୀ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଥିଲେ । ନ୍ୟାୟ ନମିଳିବାରୁ ୨୮ଜାନୁୟାରୀ ୨୦୧୮ରିଖରେ ପୀଡିତା ଜଣକ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଉପରେ ହୋଇଥିବା ତଦନ୍ତରେ କେହି ଦୋଷୀ ଧରାନପଡ଼ିବାରୁ ପୀଡିତାଙ୍କ ପରିବାର ସମେତ ଅନ୍ୟ କେତୋଟି ମାମଲା ଉଚ୍ଚ ନ୍ୟାୟାଳୟରେ କରାଯାଇଥିଲା । ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ପରେ ରାଜ୍ୟ ସରକାର ୩ଜଣିଆ ଏସଆଇଟି ଗଠନ କରି ଘୋଷିତ ସମୟ ସୀମାରେ ରିପୋର୍ଟ ଦେବାକୁ କହିଛନ୍ତି ।
କୁନ୍ଦୁଲୀ ଏସ୍‌ଆଇଟି ରବିବାର ଦିନ କୋରାପୁଟ ଯାଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ତଦନ୍ତ ଆଗକୁ ନେଇଥିଲେ । ପୀଡିତାଙ୍କ ମା, ଭାଇ ଓ ମାଇଁଙ୍କୁ ଡାକି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଘରୁ ଗଲାବେଳେ ତାଙ୍କର ଭାବନା କିଭଳି ଥିଲା ବୋଲି ଜାଣିବାକୁ ଚାହିଁଥିଲେ । ପୀଡିତାଙ୍କ ପରିବାର ବାରମ୍ବାର ଏକ ପ୍ରକାର ପ୍ରଶ୍ନର ଉତ୍ତର ଦେଉଛନ୍ତି । ସେମାନଙ୍କୁ ନ୍ୟାୟ ମିଳିପାରୁ ନାହିଁ ବୋଲି ଏସଆଇଟି ନିକଟରେ ଅଭିଯୋଗ କରିଥିଲେ । ଏସ୍‌ଆଇଟି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ପଟାଙ୍ଗୀ ଥାନାର ତତ୍‌କାଳୀନ ଆଇଆଇସିଙ୍କ ଠାରୁ ପଚାରି ବୁଝିଥିଲେ । ପ୍ରଥମ ଏତଲା ସହିତ ପରବର୍ତ୍ତୀ ସମୟରେ ଥାନାରେ ହୋଇଥିବା ବିଭିନ୍ନ ଏ ସଂକ୍ରାନ୍ତୀୟ ଅଭିଯୋଗଗୁଡ଼ିକର ତଥ୍ୟ ପଚାରି ବୁଝିଥିଲେ । ଏହି ତଦନ୍ତ ପକ୍ରିୟାରେ ପୀଡିତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା ।
ଏପଟେ ତଦନ୍ତ ପକ୍ରିୟାକୁ ନେଇ ପୀଡିତାଙ୍କ ପରିବାର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ପୀଡିତାଙ୍କ ମା ଓ ଭାଇ ସେମାନଙ୍କୁ ନ୍ୟାୟ ମିଳୁନାହିଁ ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି । କୌଣସି ତଦନ୍ତରେ ନ୍ୟାୟ ମିଳୁନଥିବାରୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି କରି ଆସୁଛୁ । ଏସ୍‌ଆଇଟି ତଦନ୍ତରେ ଆମେ ସହଯୋଗ କରୁଛୁ । ନ୍ୟାୟ ନମିଳିଲେ ଆଗକୁ ଆମେ ଆଉ ଚୁପ୍‌ ରହିବୁ ନାହିଁ । ଝିଅ ପାଇଁ ଆବଶ୍ୟକ ପଡ଼ିଲେ ନ୍ୟାୟ ଦାବିରେ ଆତ୍ମହତ୍ୟା କରିଦେବି ବୋଲି ପୀଡିତାଙ୍କ ମା’ ଗଣମାଧ୍ୟମରେ ବାଷ୍ପରୁଧ କଣ୍ଠରେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*