ନୌ ବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଆହ୍ୱାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଉକ୍ରଳୀୟ ବାଣିଜ୍ୟ ପରମ୍ପରାର ସ୍ମାରକୀ ବହନ କରୁଛି ବାଲିଯାତ୍ରା । ୩ ହଜାର ବର୍ଷର ଏହି ପରମ୍ପରା ନିଶ୍ଚିତ ଭାବରେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । ଯେଉଁ ବାଣିଜ୍ୟ ଓଡ଼ିଶା ପାଇଁ ପ୍ରାଚୁର୍ଯ୍ୟ ଆଣି ଦେଇଥିଲା, ସେହି ପରମ୍ପରା ସ୍ମୃତି ରକ୍ଷା କରିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ବାଉଦପୁରସ୍ଥିତ ନିତାଇ ଗୌରାଙ୍ଗ ବାଲିଯାତ୍ରାକୁ ଉଦଘାଟନ କରି କହିଥିଲେ । ବାଲିଯାତ୍ରା କମିଟିର ଉପଦେଷ୍ଟା ଆଇନଜୀବୀ ରଞ୍ଜନ କୁମାର ପନ୍ଦାଙ୍କ ସଂଯୋଜନା ଓ ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଭନ୍ଦାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତୀ ସାମଲ, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ରୋଟାରୀ ମିଡଟାଉନ ସଭାପତି ଅତିଶ ବେହେରା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*