ନୌସେନାର ଚୋପର୍ସ ଡିଲ୍‌ ଦୌଡରେ ଟାଟା-ଆଦାନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଭାରତୀୟ ନୌସେନାର ୨୫ହଜାର କୋଟି ଟଙ୍କାର ଚୋପର୍ସ ଡିଲ୍‌ ଦୌଡରେ ବର୍ତ୍ତମାନ ୪ ଭାରତୀୟ କମ୍ପାନୀ ରହିଛନ୍ତି । ଏହି କମ୍ପାନୀମାନେ ହେଉଛନ୍ତି ଟାଟା, ଆଦାନୀ, ମହିନ୍ଦ୍ରା ଡିଫେନ୍ସ ସିଷ୍ଟମ୍‌ ଏବଂ ଭାରତ ଫୋର୍ଜ । ଡିଲ୍‌ ଅନ୍ତର୍ଗତ ସ୍ୱଦେଶୀ ଜ୍ଞାନକୌଶଳରେ ୧୧୧ ଚୋପର୍ସ ନିର୍ମାଣ ହେବ ।
ନରେନ୍ଦ୍ର ମୋଦୀ ସରକାରଙ୍କ ସ୍ୱଦେଶୀ ରକ୍ଷା ଉପକରଣର ବିକାଶ ନିମନ୍ତେ ଷ୍ଟ୍ରାଟେଜିକ୍‌ ପାର୍ଟନରସିପ୍‌ ପଲିସୀ ଅନ୍ତର୍ଗତ ପ୍ରଥମ ପ୍ରକଳ୍ପ ୧୧୧ ହାଲୁକା ହେଲିକପ୍ଟର ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଏହାର ନିର୍ମାଣ ଭାରତୀୟ ଓ ବିଦେଶୀ କମ୍ପାନୀଙ୍କ ଯୌଥ ଉଦ୍ୟୋଗ ମାଧ୍ୟମରେ ଭାରତରେ ହିଁ କରାଯିବ । ନୌସେନା ପକ୍ଷରୁ ମିଳିଥିବା ସୂଚନାନୁସାରେ ଏହି ୪ଭାରତୀୟ କମ୍ପାନୀଙ୍କୁ ଏବେ ବିଦେଶୀ କମ୍ପାନୀମାନଙ୍କ ସହ ବୁଝାମଣା କରିବାକୁ ହେବ । ଏହି ବିଦେଶୀ କମ୍ପାନୀମାନଙ୍କ ମଧ୍ୟରେ ଅଛନ୍ତି ୟୁରୋପିଆନ୍‌ ଏୟାରବସ୍‌ ହେଲିକପ୍ଟର, ଆମେରିକାର ସିକୋରସ୍କାଏ-ଲୋକହିଡ୍‌ ମାର୍ଟିନ ଏବଂ ଋଷର ରେଷୋବୋର୍ନଏକ୍ସପୋର୍ଟ । ନୌସେନା ପକ୍ଷରୁ ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ପାଇଁ ସଟ୍‌ଲିଷ୍ଟ ହୋଇଥିବା ଭାରତୀୟ ଏବଂ ବିଦେଶୀ କମ୍ପାନୀଙ୍କ ନାମ ସରକାରଙ୍କ ମଞ୍ଜୁରି ନିମନ୍ତେ ପଠାଯିବ । ଏହାପରେ ପ୍ରକି୍ରୟା ଆଗକୁ ବଢିବ । ପୂର୍ବରୁ ୮ଟି ଭାରତୀୟ କମ୍ପାନୀ ଏ ଦିଗରେ ଆଗ୍ରହ ଦେଖାଇଥିଲେ । ହେଲେ ୪ଟି କମ୍ପାନୀଙ୍କୁ ସଟ୍‌ ଲିଷ୍ଟ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*