‘ନୋଟା’କୁ ଭୋଟ ନ ଦେଇ ଶତ ପ୍ରତିଶତ ମତଦାନ ପାଇଁ ଆହ୍ୱାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
କଟକ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କଟକ ପକ୍ଷରୁ ଚୋଧୁରୀବଜାରସ୍ଥିତ ଅଭିଶେକ ମନ୍ଦପଠାରେ ଜିଲ୍ଲାସ୍ତରୀୟ ଭାରତ ଗୈାରବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ‘ନୋଟା’କୁ ଭୋଟ୍ ନ ଦେଇ ଏବଂ ଶତ ପ୍ରତିଶତ ମତଦାନ ମାଧ୍ୟମରେ ଏକକ ସଂଖ୍ୟାଗରିଷ୍ଠ ସରକାର ଗଢିବା ପାଇଁ ଭୋଟରମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂପାଦକ ତନ୍ମୟ ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରମାନଙ୍କର ସମାଜ ଓ ରାଷ୍ଟ୍ର ପ୍ରତି ଭୂମିକା ଶୀର୍ଷକ ବକ୍ତବ୍ୟ ରଖିବା ସହ ପ୍ରଥମ ଥର ଭୋଟ୍ ଦେବା ପାଇଁ ଯାଉଥିବା ଭୋଟରମାନଙ୍କୁ ନୋଟା ବିଷୟରେ ସଚେତନ କରାଇଥିଲେ । ‘ନେସନ ଫାଷ୍ଟ୍, ଭୋଟିଙ୍ଗ୍ ମଷ୍ଟ୍’ର ନାରା ଦେଇ ଯୁବପୀଢିଙ୍କୁ ମତଦାନ କରିବା ପାଇଁ ଜୋର ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଆରଏସଏସର ବଳରାମ ଦାସ ଯୋଗଦେଇ ଭାରତ ଗୈାରବ ଶୀର୍ଷକ ଭାଷଣ ପ୍ରଦାନ କରିଥିଲେ । ଏବିଭିପିର ରାଜ୍ୟ ସହ ସଂପାଦକ ଭବାନୀ ଶଙ୍କର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ଗଠନରେ ଏବିଭିପିର ଭୂମିକା ଉପରେ ଆଲୋକପାତ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ରାକ୍ଷୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସଂଯୋଜକ ସହଦେବ ସାହୁ ମଞ୍ଚ ପରିଚଳନା ଓ ରେଭେନ୍ସା ନେତ୍ରୀ ସୁଶ୍ରୀ ବନ୍ଦନା ସାଇପ୍ରିୟା ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ପନ୍ଦା, ଛାତ୍ର ନେତା ପ୍ରଦୀପ ପ୍ରଧାନ, ରାଜକୁମାର ପରିଡା, ଇତିଶ୍ରୀ ପ୍ରିୟଦର୍ଶନି ସ୍ୱାଇଁ, ସାଗର ସେଠୀ, ରାଜେନ୍ଦ୍ର ଗୁରୁ, ଦେବଦତ୍ତ ରଞ୍ଜିତ, ଅରବିନ୍ଦ ପନ୍ଦା, ଅଭିଶେକ ସେନାପତି, ମାନସ ରଞ୍ଜନ ବାରିକ, ସ୍ମୃତିରଂଜନ ନାୟକ, ଅମ୍ରିତା ଦିଗଲ, ଲୋକନାଥ ମାହୁନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ସଂଗଠନ ସଂପାଦକ ଚିରଞ୍ଜିବୀ ନାୟକ କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*