ନେତାଏ ଚୁପ୍‌, ଶାନ୍ତ ଲାଗୁଚି ରାଜ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସବୁବେଳେ ନେତାମାନେ କିଛି ନା କିଛି ମନ୍ତବ୍ୟ ଦେଇ ବାତାବରଣରେ ଉଷ୍ମତା ଭରିଥାନ୍ତି । ଖାଇଗଲେ, ନେଇଗଲେ, ଏମିତି ପ୍ରାୟତଃ ବିରୋଧୀ ଦଳ ନେତାମାନଙ୍କ ଠାରୁ ଶୁଣିବାକୁ ମିଳେ । ଶାସକ ଦଳର ନେତାମାନେ ସରକାରଙ୍କ କୀର୍ତ୍ତନ କରୁଥାନ୍ତି । ଏହାବାଦ୍‌ ସେମାନେ କିଛି ଚିନ୍ତା କରିପାରନ୍ତି ନାଇଁ । କିନ୍ତୁ କିଛି ଦିନ ହେଲା ନାଁ ସରକାରୀ, ନାଁ ବିରୋଧୀ ଦଳର କୌଣସି ନେତା ପାଟି ଫିଟଉ ନାହାଁନ୍ତି । ପୂରା ଶାନ୍ତ ପଡିଯାଇଚି ରାଇଜ ।
କରୋନା ବାହାରିବା ଭିତରେ ଇତିମଧ୍ୟରେ ଦି’ମାସ ବିତିବାକୁ ବସିଚି । ପ୍ରଥମେ ନେତାମାନେ ଖିଆଲ କରିନଥିଲେ ଯେ, କରୋନା କେଡେ ଭୟଙ୍କର ହେଇପାରେ । ତେଣୁ ନେତାମାନଙ୍କ ପାଟି ଖୁବ୍‌ ଶୁଭାଯାଉଥିଲା । କିନ୍ତୁ ଗଲା କିଛିଦିନ ହେଲା ସେତିକି ବି ଶୁଭୁନି । ପଦ୍ମ ଓ ହାତ ଦଳିଆ ସବୁ ଆନେ୍ଦାଳନ ବନ୍ଦ କରିଦେଇଚନ୍ତି । ଶଙ୍ଖ ଦଳର ନେତାମାନଙ୍କର ଏବେ ଫୁଲ୍‌ ବ୍ରେକ୍‌ । ଯାହା କହିବା କଥା ସୁବ୍ରତୋ ଓ ସଂଜୟ କହୁଚନ୍ତି । ମାର୍କେଟ ଏବେ ସେମାନଙ୍କର । ଶଙ୍ଖ ଦଳର ମୁଖପାତ୍ରମାନେ ଘରେ ପଖାଳ, ମାଛଭଜା ଖାଉଥାଇପାରନ୍ତି ।
କରୋନା ଭୟ ପାଇଁ ଚାରିଆଡ଼େ ହା ହା କାର ଅବସ୍ଥା । ନିର୍ବାଚିତ ପ୍ରତିନିଧିମାନେ ଯଦି ଏମିତି ଅବସ୍ଥାରେ ଚୁପ୍‌ ବସିଯାଆନ୍ତି, ତେବେ ଲୋକଙ୍କ ଦୁର୍ଦ୍ଦଶା ଶୁଣିବ କିଏ? ପୁଲିସ୍‌ ରାସ୍ତା-ଘାଟ ଜଗୁଚି । କିନ୍ତୁ ସୁବ୍ରତୋ ଓ ସଂଜୟ ସବୁ ଦେଖୁଚନ୍ତି ବୋଲି ଭାବି ମନ୍ତ୍ରୀମାନେ ଯଦି ଘରେ ସଂକୀର୍ତ୍ତନ କରିବେ, ତେବେ ମହାଦୁର୍ଦ୍ଦଶା ପଡ଼ିବା ଥୟ । ଦିନ ମଜୁରୀଆଙ୍କ ଅବସ୍ଥା ଭଲ ନାଇଁ । ନେତାଙ୍କ ଅବସ୍ଥା କେମିତି କେହି ଜାଣିପାରୁନାହାଁନ୍ତି । ସବୁବେଳେ ଗଜର ଗଜର ହଉଥିବା ନେତାମାନେ ଏମିତି ଚୁପ୍‌ ପଡିଯିବେ ବୋଲି କିଏ ଜାଣିଥିଲା ହୋ!
ଏମିତି ଅବସ୍ଥା ଯଦି ଆଉ ମାସେ ଲାଗି ରହେ ତେବେ ଆମ ନେତାମାନେ ପାଗଳ ହବା ଥୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*