‘ନୂତନ ସୃଷ୍ଟି’ର ବ୍ୟାସକବି ପୁସ୍ତକ ମହୋତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବାଲେଶ୍ୱର

ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ନୂତନ ସୃଷ୍ଟି’ ପକ୍ଷରୁ ବ୍ୟାସକବି ପୁସ୍ତକ ମହୋତ୍ସବ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ ସହିତ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ସାରସ୍ୱତ ସାଧକଙ୍କ ସୃଷ୍ଟ କୃତି ଓ ପାଠକୀୟ ଅଭିରୁଚି ସମ୍ପର୍କରେ ଆଲୋଚନା କରିଥିଲେ । ସାଧାରଣ ଲୋକଙ୍କ ପଠନ ପ୍ରତି ଆଗ୍ରହ ଓ ପାଠକଙ୍କ ରୁଚି ଭାଷା ସାହିତ୍ୟକୁ ପ୍ରଭାବିତ କରୁଥିବା ବେଳେ ଏନେଇ ଲେଖକୀୟ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷାବିତ୍ ଗୌରୀ ପ୍ରସାଦ ରଥ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂପ୍ରତିକ ସମାଜରେ ପାଠକ ସଂଖ୍ୟା ହ୍ରାସକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏନେଇ ପାରିବାରିକ ସ୍ତରରୁ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ଦେବାଶିଷ ମହାନ୍ତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲେଖକୀୟ ଅଭିଜ୍ଞତା ଓ ଜିଜ୍ଞାସା ଭାବ ବୃଦ୍ଧି ସହିତ ପାଠକଙ୍କ ଋଚିକୁ ଗୁରୁତ୍ୱ ଦେବା ଉଚିତ ବୋଲି କହିଥିଲେ । ଏହି ପୁସ୍ତକ ମହୋତ୍ସବ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*