ନୂଆ ରେକର୍ଡ ସ୍ତରରେ ସେନସେକ୍ସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ବ୍ୟାଙ୍କ, ତୈଳ ଏବଂ ପ୍ରାକୃତିକ ବାଷ୍ପ ଏବଂ ଅଟୋ ମୋବାଇଲ କମ୍ପାନୀଙ୍କ ସେୟାର ପ୍ରତି ବିଦେଶୀ ନିବେଶକଙ୍କ ବିଶେଷ ଆଗ୍ରହ କାରଣରୁ ବୁଧବାର ସେୟାର ବଜାର ନୂଆ ରେକର୍ଡ ଉଚ୍ଚତାରେ ପହଞ୍ଚô ବନ୍ଦ ହୋଇଛି । ବିଶ୍ୱ ବଜାରର ସକାରାତ୍ମକ ମାହୋଲ ମଧ୍ୟ ବଜାରକୁ ବଳ ଯୋଗାଇଛି ।
ବୁଧବାର କାରବାର ଶେଷ ବେଳକୁ ସେନସେକ୍ସ ୧୯୯.୩୧ ପଏଣ୍ଟ ବୃଦ୍ଧି ସହ ୪୧,୦୨୦.୬୧ ପଏଣ୍ଟରେ ବନ୍ଦ ରହିଥିଲା । ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଅଟେ । ସେନସେକ୍ସର ୩୦ଅଂଶଧନ ମଧ୍ୟରୁ ୨୪ ଲାଭରେ ରହିଥିଲେ ବୁଧବାର । ଖାଲି ସେନସେକ୍ସ ନୁହେଁ ନିଫ୍ଟି ମଧ୍ୟ ନୂଆ ରେକର୍ଡସ୍ତରରେ ପହଞ୍ଚôଛି । ଦିନର କାରବାର ଶେଷ ବେଳକୁ ନିଫ୍ଟି ୬୩ପଏଣ୍ଟ ବୃଦ୍ଧି ସହ ୧୨,୧୦୦.୭୦ରେ ବନ୍ଦ ରହିଥିଲା । ବିଶେଷଜ୍ଞଙ୍କ ମତାନୁସାରେ ନିବେଶକମାନେ ଏବେ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜି୍ୟକ ଲଢେଇର ବୁଝାମଣା ନେଇ ବଡ ଆଶାବାଦୀ ଅଛନ୍ତି । ଯାହାର ପରିଣାମ ବିଶ୍ୱର ସମସ୍ତ ଷ୍ଟକବଜାରରେ ଦେଖିବାକୁ ମିଳିଛି । ସେହିପରି ଆରବିଆଇ ମଧ୍ୟ ପୁନର୍ବାର ରେପୋ ରେଟ୍‌ ହ୍ରାସ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏନେଇ ନିବେଶକମାନେ ଉତ୍ସାହିିତ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*