ନୂଆ ରେକର୍ଡ ଛୁଇଁ ବନ୍ଦ ହେଲା ସେନସେକ୍ସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ଅକ୍ଟୋବର ମାସର ଶେଷ ଦିନର କାରବାର ଗୁରୁବାର ଦିନ ସେନସେକ୍ସ ୪୦,୩୯୨ପଏଣ୍ଟ ଅଲ ଟାଇମ୍‌ ହାଏ ରେକର୍ଡ ସୃଷ୍ଟି କରି ୪୦,୧୨୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫ୍ଟି ୩୭ପଏଣ୍ଟ ବୃଦ୍ଧି ସହ ୧୧,୮୮୧ ବନ୍ଦ ହୋଇଛି । ଗୁରୁବାର କାରବାର ସମୟରେ ସେନସେକ୍ସ ୧୦୦ଦିନ ପରେ ନୂଆ ରେକର୍ଡ ହାସଲ କରିଥିଲା । ଏହା ପୂର୍ବରୁ ଜୁନ ୪ତାରିଖରେ ସେନସେକ୍ସ ୪୦,୩୧୨ ପଏଣ୍ଟରେ ବନ୍ଦ ହୋଇଥିଲା ।
କାରବାର ବନ୍ଦ ହେଲା ବେଳକୁ ୟେସ୍‌ ବ୍ୟାଙ୍କ, ଏସବିଆଇ, ଇନଫୋସିସ୍‌, ଟାଟା ମୋଟର୍ସ, ଭାରତୀ ଏୟାରଟେଲ ସେୟାର ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା । ୟେସ ବ୍ୟାଙ୍କର ସେୟାରରେ ୨୪.୦୨ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଥିଲା । ବିଶେଷଜ୍ଞଙ୍କ ମତରେ ଗତ ଚାରୋଟି କାରବାର ଦିନରେ ସେନସେକ୍ସରେ ଯେଉଁ ହଜାରେ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଛି । ତା ପଛରେ ରହିଛି ଅନେକ କାରଣ । ସୁପରରିଚ୍‌ଙ୍କ ଉପରେ ଟିକସ କାଟିବାର ନିଷ୍ପତ୍ତି ପରେ ନିବେଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ନିବେଶକମାନେ ବଜାରରେ ପୁଣି ଅର୍ଥ ଲଗାଣ ଆରମ୍ଭ କରିଛନ୍ତି । ଏଥି ସହ ଆମେରିକା ଫେଡ଼େରାଲ୍‌ ରିଜର୍ଭ ପକ୍ଷରୁ ଲଗାତାର ତୃତୀୟ ଥର ପାଇଁ ସୁଧ ହାର ହ୍ରାସ ବଜାରର ସେଣ୍ଟିମେଣ୍ଟକୁ ସୁଧାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*