ନୂଆ ପ୍ରତିଭାଙ୍କ ଚିହ୍ନଟ ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରୁ ହେବ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବହୁପ୍ରତିକ୍ଷୀତ ଖେଲୋ ଇନ୍ଦିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ସାମିଲ ଥିବା ପ୍ରମୁଖ ଦଳୀୟ ଖେଳଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଫିଲ୍ଡ ହକି, ଯେଉଁଥିରେ ପୋଡିୟମ ପାଇଁ ମୋଟ ୮ଟି ପୁରୁଷ ଓ ୮ଟି ମହିଳା ଟିମ୍ ପ୍ରତିଯୋଗିତା କରିବେ । କେବଳ ହକିରେ ୨୮୫ ପାଖାପାଖି ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ଭାରତୀୟ ମହିଳା ହକି ଦଳର କ୍ୟାପ୍ଟେନ ରାନି ରାମ୍ପାଲ ବିଶ୍ୱାସ ରଖିଛନ୍ତି ଯେ, ଖେଲୋ ଇନ୍ଦିଆ ୟୁନିଭର୍ସିଟି ଗେମ୍ସ ଭାରତରେ କ୍ରୀଡାର ସ୍ତରକୁ ଆହୁରି ଉପରକୁ ଉଠାଇବ ଏବଂ ଦେଶବ୍ୟାପୀ ବିଭିନ୍ନ ବିଶ୍ୱବିଦ୍ୟାଳୟର ନୂଆ ପ୍ରତିଭାମାନଙ୍କୁ ଏଠାରେ ନିଜ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଏକ ମଂଚ ମିଳିବ ।
ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ୨୫ ବର୍ଷୀୟା ରାନି କହିଛନ୍ତି ଯେ, “ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଖେଲୋ ଇନ୍ଦିଆ ୟୁନିଭର୍ସିଟି ଗେମ୍ସ ହେଉଛି ଏକ ମହାନ ଅଭିଯାନ ବୋଲି ମୁଁ ବିଶ୍ୱାସ କରୁଛି । ମନ୍ତ୍ରଣାଳୟ ପ୍ରଥମେ ଖେଲୋ ଇନ୍ଦିଆ ୟୁଥ୍ ଗେମ୍ସର ଆରମ୍ଭ କରିଥିଲା ଓ ଏବେ ଖେଲୋ ଇନ୍ଦିଆ ୟୁନିଭର୍ସିଟି ଗେମ୍ସର ଆୟୋଜନ କରୁଛି, ଯାହାକି ଆନ୍ତର୍ଜାତୀୟ ପରିପ୍ରେକ୍ଷୀରୁ ଖୁବ୍ ଚମକ୍ରାର ମନେ ହେଉଛି । ଅନ୍ୟ ଦେଶଗୁଡିକର ଅଧିକାଂଶ ଖେଳାଳି ବିଶ୍ୱବିଦ୍ୟାଳୟ ସ୍ତରରେ କିଛି ଫର୍ମରେ ଖେଳିବା ପରେ ଆନ୍ତର୍ଜାତୀୟ ସ୍ତରରେ ଖେଳିପାରିଥାନ୍ତି ଏବଂ ବର୍ତ୍ତମାନ ଭାରତରେ ମଧ୍ୟ ଏହି ରଣନୀତି କାର୍ଯ୍ୟକାରୀ ହେବାକୁ ଯାଉଛି । ଯେପରି ଖେଲୋ ଇନ୍ଦିଆ ୟୁଥ୍ ଗେମ୍ସରେ ଆମେ ଯୁବ ପ୍ରତିଭାମାନଙ୍କୁ ଖୋଜି ବାହାର କରିଥିଲୁ ଠିକ୍ ସେହିପରି ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ଅଧିକରୁ ଅଧିକ ପ୍ରତିଭାବାନ ଖେଳାଳିଙ୍କୁ ଅନ୍ୱେଷଣ କରିପାରିବୁ । ଭାରତରେ ଅନେକ ଯୁବ ଓ ନୂଆ ପ୍ରତିଭା ରହିଛନ୍ତି ଏବଂ ଖେଲୋ ଇନ୍ଦିଆ ୟୁନିଭର୍ସିଟି ଗେମ୍ସ ସେମାନଙ୍କୁ ନିଜ ପ୍ରତିଭାର ପ୍ରଦର୍ଶନ କରିବା ଲାଗି ଏକ ମଂଚ ପ୍ରଦାନ କରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*