ନୁ୍ୟୟର୍କରେ ସୁଟିଂ: ୪ ମୃତ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂ୍ୟୟର୍କ

ଆମେରିକାରେ ଗୁଳିକାନ୍ଦ ଏକ ନିୟମିତ ଘଟଣାରେ ପରିଣତ ହୋଇଗଲାଣି । ଶନିବାର ସକାଳେ ସ୍ଥାନୀୟ ବ୍ରୁକଲିନ୍‌ ଅଞ୍ଚଳସ୍ଥ ଏକ ଘରୋଇ ସୋସିଆଲ୍‌ କ୍ଳବରେ ଜଣେ ଦୁବୃର୍ତ୍ତ ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଘଟଣାରେ ୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ଶନିବାର ସକାଳ ୭ଟା ପାଖାପାଖି ଏହି ଘଟଣା ଘଟିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ । ପୁଲିସ୍‌ ଅନୁଯାୟୀ, ସକାଳ ୭ଟା ସମୟରେ ସେମାନଙ୍କ ନିକଟକୁ ଆସିଥିବା ଏକ କଲରୁ ଗୁଳିକାନ୍ଦରେ ୪ଜଣ ଲୋକ ପ୍ରାଣ ହରାଇଥିବା ଏବଂ କିଛି ଆହତ ହୋଇଥିବା ସଂପର୍କରେ ସୂଚନା ମିଳିଥିଲା । ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚôଥିଲେ ମଧ୍ୟ ଆକ୍ରମଣକାରୀ ସେଠାରୁ ଷଫରାର୍‌ ହୋଇଯାଇଥିଲା । ପୁଲିସ୍‌ ଆକ୍ରମଣକାରୀକୁ ଧରିବା ପାଇଁ ଅପରେସନ୍‌ ଆରମ୍ଭ କରିଥିବାବେଳେ ଖବର ଲେଖା ହେଲାବେଳକୁ ଏହି ଘଟଣାରେ କୌଣସି ଗିରଫଦାରୀ ହୋଇପାରିନଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*