ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ପୁଲିସ୍ କମିସନରଙ୍କ ଦ୍ୱାରା ସମ୍ବର୍ଦ୍ଧିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ଭୁବନେଶ୍ୱର

ସମାଜର ବିଭିନ୍ନ କ୍ଷେତ୍ରକୁ ସକାରାତ୍ମକ ଅବଦାନ ପାଇଁ ସାମାଜିକ ଓ ସାଂସ୍କୃ୍୍ତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ଦ୍ୱୈତନଗରୀର ପୁଲିସ୍ କମିସନର ସତ୍ୟଜିତ୍‌ ମହାନ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛି । ଏହି ଉପଲକ୍ଷେ ସାମାଜିକ ଅନୁଷ୍ଠାନ କଳ୍ପନା ଛକ ଟୋକା ସଂଘ ଆନୁକୁଲ୍ୟରେ ପରିଚାଳିତ ସମାଜ ମଙ୍ଗଳ ହୁନ୍ଦିର ପ୍ରଥମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତିଙ୍କ ବ୍ୟତିତ ସମାଜସେବୀ ମୀରା ପରିଡା, ଲୋରା ମହାପାତ୍ର, ଲିଙ୍ଗରାଜ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ, ସ୍ଥାନୀୟ କର୍ପୋରେଟର ପୁଷ୍ପାଞ୍ଜଳୀ ସେଠୀ, କବି ଉମା ଚରଣ ମହାନ୍ତି, ଉକôଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ମାନପତ୍ର ତଥା ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସଂଘର ଉତ୍ତୋରତର ଉନ୍ନତି କାମନା କରିଥିଲେ । ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଦୀର୍ଘ ଦୁଇ ଦଶନ୍ଧିରୁ ଉଦ୍ଧ୍ୱର୍କାଳ ଧରି ସାଂସ୍କୃତିକ ତଥା ଆଧ୍ୟାତ୍ମିକତା ଭାବଧାରାକୁ ବିକଶିତ କରିବାସହ ବୃକ୍ଷରୋପଣ, ଅନାଥଙ୍କୁ ସାହାଯ୍ୟ, ଦୁରାରୋଗ୍ୟ ପୀଡିତଙ୍କୁ ସହଯୋଗ, ଦୈବୀ ଦୁର୍ବିପାକ ବେଳେ ସହାୟତା, ବିପଦ ଆପଦରେ ସାହାଯ୍ୟ, ସ୍ୱାସ୍ଥ୍ୟ ଭତ୍ତିକ କାର୍ଯ୍ୟକ୍ରମ ତଥା ଖେଳକୁଦ ଆୟୋଜନ କରିବା ସହ ଜନସାଧାରଣଙ୍କ ନିକଟବର୍ତ୍ତୀ ହୋଇପାରିଛି । ଏହି ଅବସରରେ ସମାଜ ମଙ୍ଗଳ ହୁନ୍ଦିରୁ ଆଦାୟ ହୋଇଥିବା ଅର୍ଥକୁ ଦୁଇଜଣ କ୍ୟାନସର ପୀଡିତଙ୍କୁ ପ୍ରଦାନ କରାଯାଇଥିଲା । ଏଥି ପୂର୍ବରୁ ସଂଘ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନଗରବନ୍ଧୁ ସମ୍ମାନରେ ସମ୍ମାନୀତ ହେବା ସହ ବିିଭିନ୍ନ ଅନୁଷ୍ଠାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛି । ସଂଘର ଏହି ସଫଳତାରେ ସ୍ଥାନୀୟ ବୁଦ୍ଧିଜୀବି ତଥା ବରିଷ୍ଠ ନାଗରିକ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର ବୁଦ୍ଧିଜୀବି, ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଡ. ପ୍ରକାଶଙ୍କୁ ଉତ୍ସାହିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*