ନୀତୀଶଙ୍କ ଫର୍ମୁଲାକୁ ମାନିବ କି ଭାଜପା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବିହାର

ବିହାରରେ ଭାଜପା ଏବଂ ଜଦୟୁ ମଧ୍ୟରେ ବିଧାନସଭା ଆସନ ବୁଝାମଣା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଫର୍ମୁଲା ପ୍ରସ୍ତୁତ କରିଛନ୍ତି । ତେବେ ତାଙ୍କର ଏହି ଫର୍ମୁଲାକୁ ଭାଜପା ମାନିବ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜଦୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଦିଓ ଲୋକସଭା ନିର୍ବାଚନ ସମୟରେ ଉଭୟ ଦଳ ସମାନ ଆସନରେ ନିର୍ବାଚନ ଲଢିଥିଲେ ତେବେ ବିଧାନସଭା ନିର୍ବାଚନରେ ଆସନ ବୁଝାମଣା ୨୦୧୦ରେ ଲଢାଯାଇଥିବା ଆସନ ଆଧାରରେ ହୋଇପାରେ । ୨୦୧୦ରେ ଜଦୟୁ ୧୪୧ ଏବଂ ଭାଜପା ୧୦୨ ଆସନରେ ନିର୍ବାଚନ ଲଢୁଥିଲା । ଏବେ ଏହି ଗଠବନ୍ଧନରେ ଲୋଜପା ଥିବାରୁ ତା’ପାଇଁ ମଧ୍ୟ କିଛି ଆସନ ଛାଡିବାକୁ ହେବ । ଅନ୍ୟପଟେ ଜଦୟୁ ଏବଂ ଭାଜପା ଉଭୟ ନିଜ କୋଟାରୁ ସମାନ ସଂଖ୍ୟପ ଆସନ ଲୋଜପାକୁ ଛାଡିବା କଥା କହୁଛନ୍ତି । ଯଦି ଲୋଜପାକୁ ୩୦ଟି ଆସନ ଦିଆଯାଏ ତେବେ ଜଦୟୁ ୧୫ ଏବଂ ଭାଜପା ନିଜ କୋଟାରୁ ୧୫ଟି ଆସନ ଦେବ । ଯଦିଓ ନୀତୀଶଙ୍କ ଫର୍ମୁଲା ସାର୍ବଜନୀନ ହୋଇନାହିଁ ତେବେ କୁହାଯାଉଛି ଯେ, ନୀତୀଶ ୨୦୧୦ ଆସନ ବୁଝାମଣା ଅନୁସାରେ କାର୍ଯ୍ୟଧାରା ଆରମ୍ଭ କରିଛନ୍ତି । ଦଳ ପକ୍ଷରୁ କୁହାଯାଇଛି ଯେ, ଭାଜପା କେନ୍ଦ୍ରରେ ବଡ଼ଭାଇ ଭୂମିକା ନେଇଥିଲା ବେଳେ ବିହାରରେ କିନ୍ତୁ ନୀତୀଶ ବଡ଼ ଭାଇର ଭୂମିକାରେ ଅଛନ୍ତି । ତେଣୁ ଏହି ହିସାବରେ ଜଦୟୁଙ୍କୁ ଅଧିକ ଆସନ ଦରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*