ନିଶାମୁକ୍ତ ସମାଜ ଓ ଅପରାଧମୁକ୍ତ ରାଷ୍ଟ୍ର ଗଠନ: ଦୁଷ୍କର୍ମକାରୀଙ୍କୁ ଫାଶିଦଣ୍ଡ ଦାବିରେ ନବନିର୍ମାଣ ଯୁବ ଓ ଛାତ୍ରଙ୍କ ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ଘଟଣାଠାରୁ ଆରମ୍ଭ କରି ହାଇଦ୍ରାବାଦ ଡ଼ାକ୍ତର ପ୍ରିୟଙ୍କା ରେଡିଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପର୍ଯ୍ୟନ୍ତ ସବୁଠି ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହୁଛନ୍ତି । ହେଲେ ଏହା ପରେ ମଧ୍ୟ ସାରା ଦେଶରେ ମହିଳାମାନେ ପୁଣି ବିରଳ ଓ ଜଘନ୍ୟ ହିଂସାର ଶିକାର ହେଉଛନ୍ତି । ମହିଳାମାନେ ଏଭଳି ଘଟଣାରେ ନିର୍ଯାତିତ ହେଉଥିବା ବେଳେ କୁରୁସଭାରେ ଦ୍ରୌପଦୀ ବିବସନା ହେଉଥିବା ବେଳେ ଭୀଷ୍ମ, ଦ୍ରୋଣ ଯେପରି ପ୍ରତିବାଦଶୂନ୍ୟ ହୋଇ ମୌନ ବସିଥିଲେ, ଆମ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସେପରି ମୌନ ରହୁଛନ୍ତି । ସେପରି ଦୁଷ୍କର୍ମର ଘଟଣାରେ ସାରା ସଭ୍ୟ ସମାଜ ଓ ଦେଶ ଏହି ଦୁଷ୍କର୍ମ ଘଟଣାରେ ଲଜ୍ଜା ଅନୁଭବ କରୁଥିବା ବେଳେ ନେତାମାନେ ସମ୍ବେଦନଶୀଳ ନହୋଇ ଗତାନୁଗତିକ ବିବୃତ୍ତି ଦେଉଛନ୍ତି । ପୁରୀ ଦୁଷ୍କର୍ମ ଘଟଣାରେ ଭୁବନେଶ୍ୱରରେ ଆୟୋଜିତ ଯୁବ ଛାତ୍ର ସଂଗଠନର ବିକ୍ଷୋଭକାରୀଙ୍କୁ ଉଦ୍ବୋଧନ ଦେଇ ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ଶେଷଦେବ ନନ୍ଦ ଏହା କହିଛନ୍ତି ।
ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରି କହିଲେ ଯେ, ଯେଉଁ ସରକାର ଗାନ୍ଧିଜୀଙ୍କ ସ୍ୱପ୍ନକୁ ପଦ ଦଳିତ କରି ମଦର ପ୍ର·ର ଓ ପ୍ରସାର କରୁଛନ୍ତି, ସେଭଳି ସରକାର ଠାରୁ ଆମେ ଅଧିକ ନ୍ୟାୟ ଆଶା କରପାରୁନାହୁଁ । ସାଧାରଣ ଲୋକଙ୍କ ଉପରେ ଅତ୍ୟା·ର କରିବା ପାଇଁ ଟ୍ରାଫିକ୍ ନିୟମ କଡ଼ାକଡ଼ି କରି ଆକାଶଛୁଆଁ ଜୋରିମାନା ଲାଗୁ କରୁଥିବା ସରକାର ଦୁଷ୍କର୍ମକାରୀଙ୍କୁ ତକ୍ରାଳ ମୃତୁ୍ୟ ଦନ୍ଦ ଦେବାକୁ ଆଇନ୍ ଆଣିବା ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତିି ତାହା ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ମହିଳାଙ୍କ ବିରୁଦ୍ଧରେ ଜଘନ୍ୟ ଓ ବିରଳ ହିଂସା ଭିଆଉଥିବା ଜହ୍ଲାଦମାନଙ୍କୁ ତୁରନ୍ତ ଫାଶି ପାଇଁ ହେଉଥିବା ଆନେ୍ଦାଳନ ଆଗକୁ ଆହୁରି ତେଜିବ । କୃଷକ ସଂଗଠନ ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ଦୁର୍ଗାପ୍ରସାଦ ଦାସ, ମହିଳାନେତ୍ରୀ ମଧୁମିତା ସାମଲ, ମମତା ନାଥ ପ୍ରମୁଖ ବକ୍ତବ୍ୟ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ଯେପର୍ଯ୍ୟନ୍ତ ର୍ସର୍ବଶ୍ରେଷ୍ଠ ଆଇନ୍ ନ ଆଣିଛନ୍ତି ଏହି ଆନେ୍ଦାଳନ ମୁଖର ରହିବ ବୋଲି କହିଥିଲେ । ସାରା ଦେଶ ଏବେ ମହିଳାଙ୍କ ସୁରକ୍ଷା ପାଇଁ ଗୋଟିଏ ସୂତ୍ରରେ ଏକାଠି ହେଉଥିବାରୁ ତୁରନ୍ତ ସରକାର ଏ ନେଇ ନୂତନ ଆଇନ୍ ପ୍ରଣୟନ କରନ୍ତୁ । ଗାନ୍ଧିଜୀଙ୍କ ସ୍ୱପ୍ନ ନିଶାର୍ଦ୍ଧରେ ଜଣେ ଯୁବତୀ ଏକାକିନୀ ରାସ୍ତାରେ ଯାଇପାରିଲେ ତାହା ହିଁ ହେବ ମୋ ସ୍ୱପ୍ନର ସ୍ୱାଧୀନତା ବୋଲି ସେ ସ୍ୱପ୍ନ ଆଜି ସୁଦୂର ପରାହତ ହୋଇଛି ବୋଲି ଛାତ୍ରନେତାମାନେ କହିଥିଲେ । ଆଜିର ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଯୁବଛାତ୍ର ସଂଗଠନର ରାଜ୍ୟ ସହ ସଂଯୋଜକ ସାଇ ପ୍ରସାଦ ପଲ୍ଲାଇ, ରଞ୍ଜନ ନାୟକ, ସୋନାଲି ମିଶ୍ର, ନାରୀନେତ୍ରୀ ମୀନା ସାହୁ, କୁନି ମହାପାତ୍ର, ଶେଖ୍ ତସୱର, ରିତେଶ ଦାସ, ଅଶ୍ୱିନୀ ଜେନା, ବିପ୍ଲବ କୁମାର ପ୍ରଧାନ, ବବୁଲ ନାୟକ, ଅମରଜିତ୍ ସ୍ୱାଇଁ, ଚିଣ୍ଟୁ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*