ନିର୍ମାଣ ହେବ ‘ସୁର୍‌ମା’ର ସିକ୍ୱେଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହରିୟାଣାର ଖେଳ ରାଜ୍ୟମନ୍ତ୍ରୀ ତଥା ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ୍‌ ସିଂଙ୍କ ବାୟୋପିକ୍‌ ‘ସୁର୍‌ମା’ର ସିକ୍ୱେଲ ନିର୍ମାଣ ହେବାକୁଯାଉଛି । ଏନେଇ ସନ୍ଦୀପ୍‌ ନିଜେ ଟ୍ୱିଟରରେ ଏହାର ସୂଚନା ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ‘ସୁର୍‌ମା’କୁ ମିଳିଥିବା ସ୍ନେହ ଏବଂ ସଫଳତା ପରେ ଏବେ ସନ୍ଦୀପ୍‌ ସିଂଙ୍କ ଯାତ୍ରା ଆଗକୁ ବଢ଼ିବ । ଏଥିସହିତ ଫିଲ୍ମର ନାମକରଣ ଉପରେ ମଧ୍ୟ ସେ ସଙ୍କେତ ଦେଇଛନ୍ତି । ‘ସିଂ ସୁରମା’ ନାମରେ ଏହାର ସିକ୍ୱେଲ ନିର୍ମାଣ ହେବ । ସୂଚନା ଯୋଗ୍ୟ ଯେ, ୨୦୧୮ ଜୁଲାଇ ୧୩ରେ ମୁକ୍ତିଲାଭ କରିଥିବା ଶାଦ୍‌ ଅଲ୍ଲୀଙ୍କ ଦ୍ୱାରା ନିଦେ୍ର୍ଦଶିତ ‘ସୁର୍‌ମା’ ଫିଲ୍ମରେ ଲିଡ୍‌ ରୋଲରେ ତାପସୀ ପାନ୍ନୁ, ଦଲ୍‌ଜିତ ଦୋସାଞ୍ଝ ଅଭିନୟ କରିଥିଲେ । ଏଥିରେ ଅଙ୍ଗଦ ବେଦୀ ସନ୍ଦୀପ୍‌ ସିଂଙ୍କ ବଡ଼ ଭାଇଙ୍କ ଭୂମିକାରେ ନଜର ଆସିଥିଲେ । ତେବେ ସିକ୍ୱେଲର ଷ୍ଟାରକାଷ୍ଟ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି । ଫିଲ୍ମର ସିକ୍ୱେଲରେ ସନ୍ଦୀପ୍‌ଙ୍କ ରାଜନୈତିକ ଯାତ୍ରାକୁ ଦେଖାଯିବ । ସନ୍ଦୀପ୍‌ ବର୍ତ୍ତମାନ ହରିଆଣାର ଖେଳ ଏବଂ ଯୁବା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କୁ ୨୦୧୦ରେ କେନ୍ଦ୍ର ସରକାର ଅର୍ଜୁନ ସମ୍ମାନରେ ସମ୍ମାନିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*