ନିର୍ମାଣର ୧୫ ଦିନରେ ରାସ୍ତା ଧୋଇଗଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବିଶୋଇ

ବିଶୋଇ ବ୍ଲକସ୍ଥିତ ଲୁହାକାନୀ ପଞ୍ଚାୟତ ଅଧୀନ ବାଙ୍କି ଗ୍ରାମର ଖଡିଆସାହିରେ ରାଇରଙ୍ଗପୁର ଆଇଟିଡିଏ ପକ୍ଷରୁ ୨.୫ ଲକ୍ଷରୁ ଊଦ୍ଧ୍ୱର୍ ବ୍ୟୟ ବରାଦରେ ଏକ କଂକ୍ରିଟ ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ଦୁଇ ସପ୍ତାହ ପୂର୍ବରୁ ସରିଥିଲା । ତେବେ ଗତ ସପ୍ତାହର ଲଘୁଚାପ ବର୍ଷାରେ ଉକ୍ତ କଂକି୍ରଟ ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ଯାଇଥିବାବେଳେ ଏବେ ଖାଲି ଯାହା ମେଟାଲ ପଡିରହିଛି । କଂକି୍ରଟ ରାସ୍ତାର ତଥ୍ୟ ସୂଚନା ବହନ କରୁଥିବା ସୂଚନା ଫଳକଟି ମଧ୍ୟ ଭାଙ୍ଗି ଦିଆଯାଇଥିବାର ଦେଖାଯାଇଛି । ଯାହା ଫଳରେ ରାସ୍ତାର ସଠିକ୍ ତଥ୍ୟ ମିଳିପାରୁନାହିଁ । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ତଥା ଠିକାଦାରଙ୍କ ମନଇଚ୍ଛା କାମ ଯୋଗୁଁ କଂକି୍ରଟ ରାସ୍ତା ନିର୍ମାଣରେ ୫୦ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନଥିବାର ସାହିବାସୀ ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ, ଯନ୍ତ୍ରୀଙ୍କ ସଙ୍ଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ହେଁ ସମ୍ଭବ ହୋଇପାରିନଥିବାବେଳେ ରାସ୍ତା ଘଟାଲାର ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*