ନିର୍ବାଚନ ପ୍ରଚାରରେ ସାମିଲ ହୋଇ ନପାରନ୍ତି ନିରୁପମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ମୁମ୍ବାଇ

ମହାରାଷ୍ଟ୍ର କଂଗ୍ରେସରେ ଏବେ ବଡ଼ ଫାଟ ଜଳଜଳ ହୋଇ ଦିଶୁଛି । ଦଳର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ନିରୁପମ ଖୋଲାଖୋଲି ନିଜ ବିରୋଧାଭାଷ ଜାହିର କରିଛନ୍ତି । ଏପରି କି ଦଳର ଅଧିକାଂଶ ପ୍ରାର୍ଥୀ ଅମାନତ ହରାଇବେ ବୋଲି କହିବା ସହ ମୁଁ ନିର୍ବାଚନ ପ୍ରଚାରରେ ସାମିଲ ହେବି ନାହିଁ ବୋଲି ମଧ୍ୟ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ।
ଟିକଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସଞ୍ଜୟ କଂଗ୍ରେସ ମୁଖିଆଙ୍କ ଉପରେ ଆଣଛନ୍ତି ବଡ଼ ଅଭିଯୋଗ । ସେ କହିଛନ୍ତି ଯେ, ଦିଲ୍ଲୀରେ ବସି ଘୋଷଣା କରିଦେଲେ ହେବ ନାହିଁ । ଏଠାରେ ସ୍ଥିତି କ’ଣ ରହିଛି, ତାହା ବୁଝିବାକୁ ହେବ । ଯେଉଁଭଳି ଭାବେ ଟିକେଟ୍‌ ଦିଆଯାଇଛି, ସେଥିରୁ ଜଣାପଡ଼ୁଛି ଯେ, କିଛି ଆସନକୁ ଛାଡ଼ିଦେଲେ ବାକି ଆସନରେ ପ୍ରାର୍ଥୀ ଅମାନତ ହରାଇବେ । ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଲାଗୁ ନାହିଁ ଯେ ମୁଁ ଏବେ ଦଳର ଛାଡ଼ିବି । ମାତ୍ର ଯଦି ଦଳ ଭିତରେ ଏଭଳି ସ୍ଥିତି ଜାରି ରହେ, ତେବେ ମୁଁ ଦୀର୍ଘ ସମୟ ଧରି ଦଳରେ ରହିପାରିବି ନାହିଁ । ମୁଁ ନିର୍ବାଚନ ପ୍ରଚାରରେ ମଧ୍ୟ ସାମିଲ ହେବାକୁ ଚାହୁଁ ନାହିଁ । ସେ ଆହୁରି କହିଛନ୍ତି ଯେ, ମୁଁ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ରହିଛି, ସାଂସଦ ମଧ୍ୟ ରହିଛି । ମାତ୍ର ଗୋଟିଏ ଆସନ ପାଇଁ ମୁଁ ଆଗ୍ରହ ଦେଖାଇ ଥିଲି । ହେଲେ ମୋ କଥା କେହି ଶୁଣିଲେ ନାହିଁ । ମୁଁ ଅନୁଭବ କରୁଛି, ଦଳକୁ ମୋ ସେବାର ଆବଶ୍ୟକତା ଆଉ ଦରକାର ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*