ନିର୍ଦ୍ଦେଶକୁ ମାନିଲେ ନାହିଁ ସମିତି ସମ୍ପାଦକ ବହୁ ଚାଷୀ ବୀମା ଅର୍ଥ ପାଇବାରୁ ବଞ୍ଚିତ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ: ଯାଜପୁର ଟାଉନ

ଯାଜପୁର ଟାଉନ ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଖଇରାବାଦ କୃଷି ସେବା ସମବାୟ ସମିତି ଅଧିନ ଜାଫରପୁର ପଞ୍ଚାୟତର କେତେକ ଚାଷୀଙ୍କର ୨୦୧୮ ଖରିଫ ଋଣ ବୀମା କ୍ଷତିପୂରଣ ଏବଂ ୨୦୧୯ ଖରିଫ ଋଣ ସୁଯୋଗକୁ ଏହାର ସମ୍ପାଦକ ସୌରଭ ମିଶ୍ର ଉଦେ୍ଦଶ୍ୟମୂଳକ ଭାବେ ବଞ୍ଚିତ କଲେ । ସରକାରଙ୍କର ଏହି ବୀମା କ୍ଷତିପୂରଣ ସୁବିଧାକୁ ମନ୍ଦ ଉଦେ୍ଦଶ୍ୟ ରଖି ସମ୍ପାଦକ ବଞ୍ଚିତ କରିଛନ୍ତି ବୋଲି ଜିଲ୍ଲା ପ୍ରଶାସନଙ୍କୁ ଗତ ସେପ୍ଟେମ୍ବର ୪ ତାରିଖ ଦିନ ରାଜେନ୍ଦ୍ର ସିଂ ନାମକ ଜଣେ ଚାଷୀ ତଥା ସମବାୟ ସମିତିର ସଭ୍ୟଙ୍କ ନେତୃତ୍ୱରେ ବହୁ ଚାଷୀ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଘଟଣାର ତଦନ୍ତ କରିବା ପାଇଁ ସମବାୟ ଉପନିବନ୍ଧକ (ଏଆରସିଏସ)ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତଦନୁଯାୟୀ ତଦନ୍ତକାରୀ ଅଧିକାରୀ ବି.ଏନ ମହାପାତ୍ର ଅଭିଯୋଗକାରୀ ରାଜେନ୍ଦ୍ର ସିଂ, ସମ୍ପାଦକ ଶ୍ରୀ ମିଶ୍ର, ଉପଜିଲ୍ଲାପାଳ ଯାଜପୁର, ସିସିବି ଯାଜପୁର ଶାଖାର ପରିଚାଳକ ଓ ଡିଆରସିଏସ କଟକ ଡିଭିଜନ-୨ ଓ ସଦର ବ୍ଲକ ବିଡିଓଙ୍କୁ ପକ୍ଷ କରି ତଦନ୍ତ କରିଥିଲେ । ଚିଠି ନଂ ୧୨୮୩/ତା. ୨୧.୦୯.୨୦୧୯ ରିଖରେ ତଦନ୍ତକାରୀ ଅଧିକାରୀ ଖଇରାବାଦ ସେବା ସମବାୟ ସମିତିର ଚିଫ୍ ଏକଜିକୁ୍ୟଟିଭି ଅର୍ଥାତ୍ ସମ୍ପାଦକଙ୍କୁ ଚିଠି ଲେଖି ୨୦୧୮ ଖରିଫ ବୀମା ତୁରନ୍ତ ପ୍ରଦାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ସମ୍ପାଦକ ଶ୍ରୀ ମିଶ୍ର ଉକ୍ତ ନିଦେ୍ର୍ଦଶନାମା ପାଇବାର ଦୀର୍ଘ ୩ ସପ୍ତାହ ପରେ ବି ଚାଷୀମାନଙ୍କୁ ବୀମା କ୍ଷତିପୂରଣ ଅର୍ଥ ପ୍ରଦାନ କରିନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଯାଜପୁର ମନ୍ଦଳ ଭାଜପା ସଭାପତି ପିତବାସ ରାଉତ, ଦଳର କୃଷକ ମୋର୍ଚ୍ଚା ସଭାପତି ଦିବାକର ନାୟକ, ମନ୍ମଥ ବରାଳ ପ୍ରମୁଖଙ୍କ ନେତୃତ୍ୱରେ ଅଭିଯୋଗକାରୀ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଏଡିଏମ ମିହିର ପ୍ରସାଦ ମହାନ୍ତିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*