ନିରାଡମ୍ବରରେ ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଢେଙ୍କାନାଳ

ଢେଙ୍କାନାଳରେ ବୁଧବାର ଠାରୁ ଅବିରତ ବର୍ଷା ଲାଗି ରହିଥିବାରୁ ମା’ ମହାଲକ୍ଷ୍ମୀଙ୍କୁ ଅଶ୍ରୁପୂର୍ଣ୍ଣ ପରିବେଶ ଭିତରେ ବିଦାୟ ଦିଆଯାଇଛି । ଦୀର୍ଘ ୧୧ ଦିନ ଧରି ମା ଗଜଲକ୍ଷ୍ମୀ ପୂଜା ମନ୍ଦପ ମାନଙ୍କରେ ବିଭିନ୍ନ ରୂପରେ ବିଜେ କରି ପୂଜା ପାଇବା ସହ ଭକ୍ତମାନଙ୍କୁ ଆବେଗରେ ବାନ୍ଧି ରଖି ଢେଙ୍କାନାଳ ସହରକୁ ଏକ ଅପୂର୍ବ ସମ୍ଭାରରେ ପରିପୂର୍ଣ୍ଣ କରି ଦେଇଥିଲେ । ଗୁରୁବାର ଦିନ ସବୁକିଛି ଶୂନ୍ୟ କରି ବିଦାୟ ନେଇଛନ୍ତି ମା’ । ଗୁରୁବାର ଦିନ ମା’ଙ୍କର ପାରମ୍ପରିକ ଭସାଣି ଯାତ୍ରା ବହୁ ଆଡମ୍ବରରେ କରାଯିବାକୁ ପ୍ରଶାସନ ତଥା ମିଳିତ ବଜାର ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରଥିଲା । ତେବେ ପୂର୍ବଦିନ ଠାରୁ ଆରମ୍ଭ ହୋଇଥିବା ଅବିରତ ବର୍ଷା ଧୋଇ ଦେଇଥିଲା ସେ ଆଡମ୍ବର ସବୁକୁ । ହଜାର ହଜାର ଶ୍ରଦ୍ଧାଳୁ ମାନେ ମା’ଙ୍କୁ ବିଦାୟ ଦେବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବା ବେଳେ ତୁହାକୁ ତୁହା ବର୍ଷା ଯୋଗୁ ନିରାଶ ହୋଇ ପଡିଥିଲେ । ଶେଷରେ ସତେ ଯେମିତି ପ୍ରକୃତିର ଲୁହର ବର୍ଷାଭିଜା ପରିବେଶରେ ପୂଜା କମିଟିର କର୍ମକର୍ତ୍ତା, ସ୍ଥାନୀୟ ସହରବାସୀ ଓ ପୁଲିସ୍ ପ୍ରଶାସନର ସହଯୋଗରେ ନିରାଡମ୍ବର ଭାବରେ ମା’ଙ୍କୁ ବିଦାୟ ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*