ନିରବଙ୍କ ୧୪୭କୋଟି ସମ୍ପତ୍ତି ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ପିଏନବି ଘୋଟାଲାରେ ଅଭିଯୁକ୍ତ ଥିବା ହୀରା ବ୍ୟବସାୟୀ ନିରବ ମୋଦୀ ଏବଂ ତାଙ୍କ ସହଯୋଗୀ କମ୍ପାନୀର ୧୪୭କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି । ଇଡି ପକ୍ଷରୁ କୁହାଯାଇଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ପି୍ରଭେନସନ୍‌ ଅଫ୍‌ ମନି ଲନ୍ଦି୍ରଂ ଆକ୍ଟ ୨୦୦୨ର ଧାରା ଅନ୍ତର୍ଗତ କରାଯାଇଛି ।
ଇଡି ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇ ଏବଂ ସୁରଟ୍‌ ସ୍ଥିତ ନିରବ ଏବଂ ତାଙ୍କ ସହଯୋଗୀ କମ୍ପାନୀର ଚଳ ଓ ଅଚଳ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରାଯାଇଛି । ଏଥିରେ ୮ଟି କାର, ବିିଭିନ୍ନ ଯନ୍ତ୍ରାଂଶ, ଆଭୂଷଣ, ପେଣ୍ଟିଂ ଆଦି ସାମିଲ ଅଛି । ଏହି ସମ୍ପତ୍ତିର ମୋଟ ମୂଲ୍ୟ ୧୪୭.୨୨କୋଟି ହେବ । ଯେଉଁ ସହଯୋଗୀ କମ୍ପାନୀଙ୍କ ସମ୍ପତ୍ତିକୁ ଜବତ କରାଯାଇଛି ସେଗୁଡିକ ହେଉଛି ଫାୟାରଷ୍ଟାର ଡାଇମନ୍ଦ ଇଣ୍ଟରନ୍ୟାସନାଲ୍‌ ପ୍ରାଇଭେଟ୍‌ ଲିମିଟେଡ, ପାୟାଷ୍ଟାର ଇଣ୍ଟରନ୍ୟାସନାଲ୍‌ ପ୍ରାଇଭେଟ୍‌ ଲିମିଟେଡ, ରାଧେସାୟାର ଜୁଏଲାରୀ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ ଏବଂ ରିଦମ୍‌ ହାଉସ୍‌ ପ୍ରାଇଭେଟ୍‌ ଲିମିଟେଡ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*