ନିରପେକ୍ଷ ଟ୍ରାଏଲ ପାଇଁ ଚିଠି ଲେଖିଲେ ନିଖତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ପୂର୍ବତନ ଜୁନିୟର ମହିଳା ବିଶ୍ୱ ବକ୍ସିଂ ଚମ୍ପିଆନ୍‌ ନିଖତ ଜରିନ ଗୁରୁବାର ଦିନ ଏକ ଚିଠି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଲେଖିଛନ୍ତି । ସେ ତାଙ୍କ ସକାଶେ ନିରପେକ୍ଷ ଟ୍ରାଏଲ କରିବାର ନିବେଦନ କରିଛନ୍ତି ସେହି ଚିଠିରେ । ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଟ୍ରାଏଲ ବିଶେଷ କରି ୫୧କେଜି ବର୍ଗରେ କରିବା ସକାଶେ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ୫୧ କେଜିରେ ନିଖତ ଭାଗ ନେଉଥିଲା ବେଳେ ତାଙ୍କୁ ଗତ ବିଶ୍ୱ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ନିଆଯାଇନଥିଲା । ଏପରିକି ଅନ୍ୟ ସବୁ ବର୍ଗର ଟ୍ରାଏଲ ହୋଇଥିଲେ ମଧ୍ୟ ଭାରତୀୟ ବକ୍ସିଂ ସଂଘ ୫୧କେଜିର ଟ୍ରାଏଲ ନକରି ମ୍ୟାରିକମ୍‌ଙ୍କୁ ଖେଳିବା ପାଇଁ ପଠାଇଥିଲା । ଏବେ ସବୁ ପଦକଧାରୀଙ୍କୁ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପଠାଇବାର ନିଷ୍ପତ୍ତି ହୋଇଥିବାରୁ ଜରିନଙ୍କ ଲାଗି ଏହା ପୁଣି ଏକ ଝଟକା ହୋଇଛି । ତେଣୁ ସେ କ୍ରୀଡ଼ାମନ୍ତ୍ରୀଙ୍କୁ ଚିଠି ଲେଖି ଟ୍ରାଏଲ ସକାଶେ ଦାବି କରିଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି-ସାର୍‌, ଖେଳର ମୂଳ କଥା ହେଉଛି ସାଧୁତା ଓ ନିରପେକ୍ଷତା । ଅଲିମ୍ପିକ୍‌ ସ୍ୱର୍ଣ୍ଣପଦ ଧାରୀ ମଧ୍ୟ ଦେଶର ପ୍ରତିନିଧିତ୍ୱ କରିବା ପୂର୍ବରୁ ଟ୍ରାଏଲ ପ୍ରଦାନ କରୁଛନ୍ତି । ମୁଁ ଛୋଟବେଳୁ ମ୍ୟାରିକମ୍‌ଙ୍କୁ ଦେଖି ପ୍ରେରିତ ହୋଇଛି । ସେ ଅତି ବଡ଼ ଖେଳାଳି ଯିଏ କି ପ୍ରତିଦ୍ୱନ୍ଦ୍ୱିତାରୁ କେବେ ବି ପଛଘୁଞ୍ଚା ଦେବେ ନାହିଁ । ୨୩ଥର ସ୍ୱର୍ଣ୍ଣପଦକ ଜିତିଥିବା ସନ୍ତରଣକାରୀ ମାଇକେଲ ଫେଲ୍ପସ ମଧ୍ୟ ପ୍ରତିଥର ତାଙ୍କ ଦେଶର ପ୍ରତିନିଧିତ୍ୱ କରିବା ଆଗରୁ ଟ୍ରାଏଲ ଦେଇଥାନ୍ତି ବୋଲି ଚିଠିରେ ଲେଖିଛନ୍ତି ନିଖତ । କ୍ରୀଡ଼ା ବିଭାଗ କୌଣସି ଭାରତୀୟ ଦଳର ଚୟନରେ ଦଖଲ ଦେଉନଥିବା ବେଳେ ନିଖତଙ୍କ କ୍ଷେତ୍ରରେ କ’ଣ କରିବ ତାହା ଦେଖିବାର କଥା ନିଶ୍ଚିତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*