ନିବେଶ ବଢାଇବା ଲକ୍ଷ୍ୟରେ କରାଯାଇଛି କର୍ପୋରେଟ ଟିକସରେ ହ୍ରାସ: ସୁବ୍ରମଣ୍ୟମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନିକଟରେ କର୍ପୋରେଟ୍‌ ଟିକସରେ କରାଯାଇଥିବା ହ୍ରାସର ମୂୂଳ ଉଦେ୍ଦଶ୍ୟ ହେଉଛି ନିବେଶକୁ ପ୍ରୋତ୍ସାହନ ଦେବା । ଏହା କହିଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କେ ବି ସୁବ୍ରମଣ୍ୟମ୍‌ । ଫିକି ପକ୍ଷରୁ ଆୟୋଜିତ ୟଙ୍ଗ୍‌ ଲିଡର୍ସ ସମ୍ମିଳନୀରେ ସମ୍ବୋଧିତ କରି ସୁବ୍ରମଣ୍ୟମ୍‌ କହିଛନ୍ତି ଯେ, ଆର୍ଥିକ ଅଭିବୃଦ୍ଧି ପାଇଁ ଘରୋଇ ନିବେଶ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆମେ ଯେଉଁ ପଦକ୍ଷେପ ଉଠାଇଛୁ ତାହା ନିବେଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ହୋଇଛି ।
ସୁବ୍ରମଣ୍ୟମ୍‌ କହିଛନ୍ତି ଯେ, ନିବେଶ ମାହୋଲକୁ ଅନୁକୂଳ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ କର୍ପୋରେଟ୍‌ ଟିକସ ହ୍ରାସ ସହ ଦରମା ଏବଂ ଔଦ୍ୟୋଗିକ କ୍ଷେତ୍ର ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଭଳି ପଦକ୍ଷେପ ନେବା ପୂର୍ବରୁ ଅନେକ ବିଚାର ବିମର୍ଷ ମଧ୍ୟ କରାଯାଇଥିଲା । ଆଗାମୀ ଦିନରେ ଏହାର ସୁଫଳ ନିଶ୍ଚିତ ଦେଖିବାକୁ ମିଳିବ । ସୂଚନା ଯୋଗ୍ୟ ଯେ, ଦେଶର ଆର୍ଥିକ ଗତିବିଧିକୁ ବେଗ ଦେବା ପାଇଁ ଏବଂ ନିବେଶକୁ ଆକର୍ଷିତ କରିବା ପାଇଁ ସେପ୍ଟେମ୍ବରରେ କର୍ପୋରେଟ୍‌ ଟିକସ ଦରକୁ ୩୦ପ୍ରତିଶତରୁ ୨୨ପ୍ରତିଶତକୁ ହ୍ରାସ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*