ନିବେଶକ ଉଠାଇଲେଣି ୮୩ ଅରବ ଡଲାର ବିଶ୍ୱ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାକୁ ଆସିବା ଥୟ: ଆଇଏମଏଫ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭାଇରସ୍‌ ଆରମ୍ଭ ଠାରୁ ବର୍ତ୍ତମାନ ସୁଦ୍ଧା ଭାରତ ସମେତ ବିଶ୍ୱର ସମସ୍ତ ବିକାଶଶୀଳ ଦେଶରେ ନିବେଶକମାନେ ବଜାରରୁ ଉଠାଇ ସାରିଲେଣି ୮୩ଅରବ ଡଲାର । ଯେଉଁ କାରଣରୁ ଆଗାମୀ ଦିନରେ ଏହି ଦେଶ କିଛି ଆର୍ଥିକ ଚାପର ସମ୍ମୁଖୀନ ହେବ । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ୍‌)ର ପରିଚାଳନା ନିଦେ୍ର୍ଦଶକ କି୍ରଷ୍ଣାଲିନା ଜିଜୋର୍ଭା ଜି-୨୦ ଦେଶର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ମୁଖିଆମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନାବେଳେ ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖାଦେବା ସ୍ପଷ୍ଟ । ଏହାଦ୍ୱାରା ବିଶ୍ୱ ଅଭିବୃଦ୍ଧି ହାର ମଧ୍ୟ ପ୍ରଭାବିତ ହେବ ।
ଆଇଏମଏଫ୍‌ ମୁଖିଆ କହିଛନ୍ତି ଯେ, ବିକଶିତ ଦେଶମାନେ ଏହି ସଙ୍କଟରୁ ନିଜକୁ ମୁକୁଳାଇବାରେ ସମର୍ଥ ହୋଇପାରିବେ । କାରଣ ତାଙ୍କ ନିକଟରେ ସାଧନ ରହିଛି । ହେଲେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ଏବଂ କମ୍‌ ଆୟ କରୁଥିବା ଦେଶ ଆଗରେ ଏହା ଏବେ ଏକ ବଡ଼ ଚ୍ୟାଲେଞ୍ଜ ଭଳି ରହିଛି । ବଜାରରୁ ଟଙ୍କା ଉଠାଣ କାରଣରୁ ଏହି ଦେଶମାନଙ୍କର ଆର୍ଥିକ ଗତିବିଧି ଗମ୍ଭୀର ଭାବେ ପ୍ରଭାବିତ ହେବ । ଆଇଏମଏଫକୁ ଏବେ କମ୍‌ ଆୟ କରୁଥିବା ଦେଶମାନଙ୍କର ଚିନ୍ତା ଅଧିକ ଘାରିଛି । ଏହି ଦେଶମାନଙ୍କୁ ଋଣ ଉପଲବ୍ଧ କରାଇବା ପାଇଁ ଆଇଏମଏଫ୍‌ ବିଶ୍ୱ ବ୍ୟାଙ୍କ ସହ ମିଶି କାମ କରୁଛି । ଚଳିତ ବର୍ଷ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବା ଥୟ । ହେଲେ ୨୦୨୧ରେ ସ୍ଥିତିରେ ସୁଧାର ଆସିବାର ବଡ଼ ସମ୍ଭାବନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*