ନିବାସ ଘେରାଉ ବେଳେ ଧସ୍ତାଧସ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ଗୋଟିକ ପରେ ଗୋଟିଏ ବଳାକ୍ରାର ମାମଲା ବଢି ଚାଲିଥିବା ବେଳେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିଛନ୍ତି ସେହି କଥା ପଚାରିବାକୁ ଭାଜପା ମହିଳା ମୋର୍ଚ୍ଚା ବୁଧବାର ନବୀନ ନିବାସ ଆସି ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି । ବଳପୂର୍ବକ ନବୀନ ନିବାସ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରୁଥିବା ବେଳେ ୩୦ରୁ ଅଧିକ ଭାଜପା ମହିଳା କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା । ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ଦିନକ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଥିଲେ । ବଳାକ୍ରାରୀଙ୍କ କବଳରୁ ନିରୀହା ମା’ ଭଉଣୀଙ୍କୁ କେବେ ସୁଦ୍ଧା ନ୍ୟାୟ ଦେବେ ବୋଲି ପ୍ରଶ୍ନ ରଖି ବୁଧବାର ଅଭିନବ ଢଙ୍ଗରେ ନବୀନ ନିବାସରେ ପହଞ୍ଚôଥିଲେ । ପୁଲିସକୁ ଚକମା ଦେଇ ଆନେ୍ଦାଳନକାରୀମାନେ ନବୀନ ନିବାସର ବିଭିନ୍ନ ଦିଗରୁ ମାଡ଼ି ଆସିବା ସହ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ ।
ବୁଧବାର ପୂର୍ବାହ୍ନରେ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପିଙ୍କି ପ୍ରଧାନ ପ୍ରମୁଖ ମହିଳା କର୍ମୀଙ୍କ ନେତୃତ୍ୱ ନେଇ ଅଚାନକ ନବୀନ ନିବାସ ଘେରାଉ କରିଥିଲେ । ଏୟାରପୋର୍ଟ ଛକ ଦେଇ ନବୀନ ନିବାସ ସମ୍ମୁଖରେ ପ୍ରଭାତି ପରିଡ଼ା ଓ ତାଙ୍କ ସମର୍ଥକମାନେ ପହଞ୍ଚô ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନବୀନ ନିବାସ ଭିତରକୁ ପ୍ରବେଶ ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା । ପୁଲିସ ସହ ମୁହାଁମୁହିଁ ଚାଲିଥିବା ବେଳେ ନିବାସ ପାଶ୍ୱର୍ ଗଳି ଦେଇ କେତେକ ସମର୍ଥକ ନବୀନ ନିବାସ ଆଡ଼କୁ ମାଡ଼ି ଆସିଥିଲେ । ଏହି ସମୟରେ ପୁନାମା ଫ୍ଲାଏ ଓଭର ଦେଇ ଆଉ କେତେକ ସମର୍ଥକ ନବୀନ ନିବାସ ଆଡ଼କୁ ମାଡ଼ି ଆସିଥିଲେ । ଚାରିପଟୁ ଭାଜପା ମହିଳା କର୍ମୀମାନେ ନବୀନ ନିବାସ ଘେରିଲା ବେଳେ ପୁଲିସ ଅଡ଼ୁଆରେ ପଡ଼ିଯାଇଥିଲା । ଏଭଳି ଢଙ୍ଗରେ ଭାଜପା ମହିଳା ମୋର୍ଚ୍ଚା ନବୀନ ନିବାସରେ ପହଞ୍ଚôଯିବାରୁ ପୁଲିସ ସେମାନଙ୍କୁ ବାଧା ଦେଇଥିଲା । ପୁଲିସ ସହ ମହିଳା କର୍ମୀଙ୍କ ଧସ୍ତାଧସ୍ତି ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ପୁଲିସ ୩୦ରୁ ଅଧିକ ମହିଳା ସମର୍ଥକଙ୍କୁ କାବୁ କରିନେଇଥିଲା ।
ପୁଲିସ ଭାଜପା ମହିଳା ମୋର୍ଚ୍ଚା ସମର୍ଥକଙ୍କୁ ଅଟକ ରଖିଲେ ମଧ୍ୟ ଏହି ଆନେ୍ଦାଳନ ଆହୁରି ଭୟଙ୍କର ହେବ ବୋଲି ସଭାନେତ୍ରୀ ପ୍ରଭାତି ପରିଡ଼ା ସେଠାରେ ପ୍ରତିକ୍ରିୟା ରଖିଥିଲେ । ସ୍ମିତାରାଣୀ, ମୟୂରଭଞ୍ଜର ଅଧ୍ୟାପିକା, ପୁରୀର ନାବାଳିକା ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ତାହା ପଚାରିବାକୁ ଆସିଥିଲୁ । କେତେ ଦିନ ମା’, ଭଉଣୀଙ୍କ ଇଜ୍ଜତକୁ ମଦୁଆମାନେ ଲୁଟୁଥିବେ ତାହାର ଉତ୍ତର ମାଗୁଛୁ । ବିଜଦ ସରକାର ମା’କୁ ସମ୍ମାନର ନାରା ଦେଉଥିବା ବେଳେ କାହିଁକି ସେମାନଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତାହାର ଉତ୍ତର ମାଗୁଛୁ । ନାରୀ ଓ ନାବାଳିକାମାନଙ୍କ ଉପରେ ଅତ୍ୟାଚାର ଓ ମଦର ବହୁଳ ପ୍ରସାରକୁ ମହିଳା ମୋର୍ଚ୍ଚା ଏଣିକି ସବୁ ସ୍ଥାନରେ ବିରୋଧ କରିବ । ପୁଲିସ ବଳାକ୍ରାରୀ ହେବାଠାରୁ ଲଜ୍ଜାଜନକ ଘଟଣା ଆଉ କିଛି ନାହିଁ । ନବୀନ ବାବୁ ନୈତିକତାର ବିଚାର କରି ମା’, ଭଉଣୀଙ୍କୁ ଇଜ୍ଜତ ନଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନେ୍ଦାଳନ ହେବ ବୋଲି ପ୍ରଭାତି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*