ନିଟ୍‌ ପରୀକ୍ଷାରେ ଇତିହାସ କଲେ ରାଉରକେଲାର ସୋଏବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ଶୁକ୍ରବାର ପ୍ରକାଶିତ ଏନ୍‌ଟିଏ- ଏନ୍‌ଇଇଟି (ନିଟ୍‌) ପରୀକ୍ଷାରେ ଓଡ଼ିଶା ପାଇଁ ଗୌରବ ସୃଷ୍ଟି କରିଛନ୍ତି ଛାତ୍ର ସୋଏବ ଅଫତାବ । ଏଥିସହ ସେ ଏକ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ମୋଟ୍‌ ୭୨୦ ନମ୍ବରରୁ ସେ ରଖିଛନ୍ତି ୭୨୦ । ଅର୍ଥାତ୍‌ ୧୦୦ ପ୍ରତିଶତ । ନିଟ୍‌ରେ ଶହେ ପ୍ରତିଶତ ମାର୍କ ରଖିବାରେ ସୋଏବ ପ୍ରଥମ ବୋଲି କୁହାଯାଉଛି । ସୋଏବଙ୍କ ଏହି ସଫଳତାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।୧୮ ବର୍ଷୀୟ ସୋଏବଙ୍କ ଘର ହେଉଛି ରାଉରକେଲାର ଆଜାଦ ବସ୍ତିରେ । ତାଙ୍କ ବାପା ମହମ୍ମଦ ଆବାସ ନିର୍ମାଣ ବ୍ୟବସାୟରେ ସଂପୃକ୍ତ ଅଛନ୍ତି । ପିଲାଟି ବେଳୁ ପାଠପଢ଼ାରେ ଅତ୍ୟଧିକ ରୁଚି ରଖୁଥିବା ସୋଏବ୍‌ ରାଉରକେଲା ଡିସୁଜା ହାଇସ୍କୁଲ୍‌ରେ ପାଠ ପଢ଼ିଥିଲେ । ଦଶମ ପରୀକ୍ଷା ପରେ ଅଧିକ ପ୍ରଶିକ୍ଷଣ ପାଇଁ ତାଙ୍କ ମା’ ତାଙ୍କୁ ରାଜସ୍ଥାନର କୋଟାକୁ ନେଇଥିଲେ । ସେଠାରେ ସେ +୨ ଅଧ୍ୟୟନ କରିବା ସହ ଏକ କୋଚିଂ ସେଣ୍ଟରରେ ନାମ ଲେଖାଇ ମେଡିକାଲ୍‌ ପ୍ରବେଶିକା ଲାଗି ନିଜକୁ ପ୍ରସ୍ତୁତ କରୁଥିଲେ । ସୋଏବ୍‌ ଖାଲି ଟପ୍ପର ହୋଇନାହାନ୍ତି ବରଂ ଶହେ ପ୍ରତିଶତ ନମ୍ବର ରଖିବା ସହ ଏକ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ଏଥିସହ ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ୍‌ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର । ଯାହା ଓଡ଼ିଶା ପାଇଁ ଗୌରବର ବିଷୟ ନିଶ୍ଚିତ । ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ୍‌ କରି ସଫଳ ପରୀକ୍ଷା ପରିଚାଳନା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*