ନିଜ ସ୍ୱର୍ଣ୍ଣପଦକ ଶହୀଦଙ୍କୁ ସମର୍ପିତ କଲେ ଅମିତ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବୁଲଗେରିଆର ସୋଫିଆ ସହରରେ ଚାଲିଥିବା ଷ୍ଟ୍ରାନ୍ଦଜା ସ୍ମାରକୀ ବକ୍ସିଂ ପ୍ରତିଯୋଗିତାରେ ଭାରତର ଅମିତ୍‌ ପଙ୍ଘାଲ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଏହି ସ୍ୱର୍ଣ୍ଣପଦକକୁ ସେ ଅର୍ପଣ କରିଛନ୍ତି ପୁଲୱାମା ଘଟଣାରେ ଶହୀଦ ହୋଇଥିବା ଯବାନମାନଙ୍କୁ । ମୁଁ ଭାରତୀୟ ସେନାର ଜଣେ ବ୍ୟକ୍ତି । ତେଣୁ ଏହି ଘଟଣା ମୋତେ କୁଖ୍‌ କଷ୍ଟ ପ୍ରଦାନ କରିଛି । ଏହି ପ୍ରତିଯୋଗିତାରେ ମୁଁ ବଡ଼ ପ୍ରୟାସରେ ଥିଲି ସ୍ୱର୍ଣ୍ଣପଦକ ପାଇବା ସକାଶେ । କାରଣ ମୁଁ ଚାହୁଁଥିଲି ମୋର ବଡ଼ ସଫଳତାଟିକୁ ଶହୀଦମାନଙ୍କୁ ଅର୍ପଣ କରିବା ପାଇଁ । ଏହି ପ୍ରତିଯୋଗିତା ସକାଶେ ପହଞ୍ଚିବା ପରେ ଆକ୍ରମଣ ବିଷୟ ଖବର ପାଇଥିଲି । ସେ ବେଳୁ ମୋ ମନରେ ଥିଲା କେବଳ ସ୍ୱର୍ଣ୍ଣପଦକ ବୋଲି ଅମିତ୍‌ କହିଛନ୍ତି । ଆଉ ସେହି ଭାବନା ମୋତେ ସ୍ୱର୍ଣ୍ଣପଦକ ଜିତିବା ପାଇଁ ପ୍ରେରିତ କରିଆଣିଥିଲା ବୋଲି ସ୍ୱୀକାର ମଧ୍ୟ କରିଛନ୍ତି । ସୋଫିଆ ପ୍ରତିଯୋଗିତାରେ ଭାରତୀୟ ଦଳ ୭ ମେଡାଲ ହାସଲ କରିଛି । ସେଥିରେ ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି । ଅମିତଙ୍କ ଭଳି ମହିଳା ୫୧କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିବା ଭାରତର ନିଖଟ ଜରିନ ମଧ୍ୟ ନିଜ ସ୍ୱର୍ଣ୍ଣପଦକକୁ ସିଆରପିଏଫ୍‌ର ଶହୀଦ ଯବାନମାନଙ୍କ ଉଦେ୍ଦଶ୍ୟରେ ଅର୍ପଣ କରିଛନ୍ତି । ସୋଫିଆ ପ୍ରତିଯୋଗିତାରେ ସଫଳତା ହାସଲ ପାଇଁ ତାଙ୍କ ବଡ଼ କଷ୍ଟର କଥା କହିଲା ବେଳେ ଅମିତ୍‌ କିପରି ସଠିକ୍‌ ଓଜନ ବର୍ଗରେ ରହିବେ ତାହା ନିଶ୍ଚିତ କରିବା ବିଷୟ କହିଥିଲେ । ଏଠାରେ ପ୍ରଚନ୍ଦ ପଡୁଛି । ତେଣୁ ଠିକ୍‌ ଓଜନ ବର୍ଗରେ ରହିବା ଅସମ୍ଭବ ହେଉଥିଲା । ତେଣୁ ମୁଁ ବାଧ୍ୟ ହୋଇ କିଛି ଦିନ ରାତିରେ ଖାଉନଥିଲି । ତା’ପରଦିନ ସକାଳୁ ଟ୍ରେନିଂ କରୁଥିବାରୁ ମୋ ଓଜନ ମୋହରି ବର୍ଗ ମଧ୍ୟରେ ରହିପାରିଥିଲା ବୋଲି ଅମିତ୍‌ ସୋଫିଆରୁ ଏକ ଟେଲିଫୋନ୍‌ ସାକ୍ଷାତକାରରେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*