ନିଜ ଗୃହ ରାଜ୍ୟ ନେଇ ଚିନ୍ତାରେ ମୋଦୀ-ଶାହା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ନୂଆଦିଲ୍ଲୀ

ନିଜ ଗୃହ ରାଜ୍ୟ ଗୁଜୁରାଟରେ ଦଳୀୟ କନ୍ଦଳକୁ ନେଇ କ୍ଷୁବ୍ଧ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହା । ଯେଉଁ କାରଣରୁ ଅତି କମ୍‌ରେ ମାସକୁ ଥରଟିଏ ଗୁଜୁରାଟ ଗସ୍ତର ନିଷ୍ପତ୍ତି ନେଇଛନ୍ତି ଏହି ଦୁଇ ନେତା ।
ନିକଟରେ ଗୁଜୁରାଟରେ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନାରେ ୬ଟି ଆସନରୁ ୩ଟିରେ ପରାଜିତ ହୋଇଛି ଭାଜପା । ଏହି କାରଣରୁ ହାଇକମାନ୍ଦ ଗୁଜୁରାଟର ସ୍ଥାନୀୟ ନେତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ପରାଜୟ ପରେ ଦୀପାବଳି ଅବସରରେ ଗୁଜୁରାଟ ଗସ୍ତ କରିଥିଲେ ଅମିତ ଶାହା । ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଥିଲେ ଏବଂ ନିଜ ଅସନ୍ତୋଷ ଜାହିର କରିଥିଲେ । କୁହାଯାଉଛି ଯେ, ଏକତା ଦିବସ ଅବସରରେ ଷ୍ଟାଚୁ୍ୟ ଅଫ ୟୁନିଟି ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅସନ୍ତୋଷ କାରଣରୁ ନିଜ ଗସ୍ତରେ ସାମିଲ କରିନଥିଲେ କୌଣସି ସ୍ଥାନୀୟ ନେତାଙ୍କୁ ।
ଉପ ନିର୍ବାଚନରେ ତିନୋଟି ଆସନରେ ପରାଜୟର ବଡ଼ କାରଣ ହେଉଛି ଭାଜପା ନେତାଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ କନ୍ଦଳ । ବିଜୟ ରୂପାଣୀ ସରକାର ଦଳୀୟ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ଏହି ବିବାଦକୁ ସମାଧାନ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ରହିଛନ୍ତି । ତେଣୁ କୁହାଯାଉଛି ଯେ, ଆସନ୍ତା ଦିନରେ ଗୁଜୁରାଟ ଭାଜପା ସଂଗଠନରେ ବଡ଼ ପରିବର୍ତ୍ତନ ହୋଇପାରେ । ତେବେ ଏହି ପରିବର୍ତ୍ତନ ପୂର୍ବରୁ ମାସରେ ଥରେ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତ ଜାରି ରଖିବେ । ୧୫ ତାରିଖରେ ଅମିତ ଶାହା ନିଜ ରାଜ୍ୟକୁ ଗସ୍ତ କରୁଥିଲା ବେଳେ ୨୧ କିମ୍ବା ୨୨ରେ ଗୁଜୁରାଟ ଗସ୍ତ କରିବେ ମୋଦୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*