ନିଜ କ୍ୟାରିୟରର ୭୦୦ତମ ଗୋଲ ଦେଲେ ରୋନାଲଡୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କିଭ୍‌

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଖ୍ରୀଷ୍ଟିଆନୋ ରୋନାଲଡୋ ମ୍ୟାଚ୍‌ରେ ଚମକିଥିଲେ ମଧ୍ୟ ତାଙ୍କ ଦେଶ ପର୍ତ୍ତୃଗାଲ କିନ୍ତୁ ହାରିଯାଇଛି ମ୍ୟାଚ୍‌ । ୟୁକ୍ରେନ୍‌ ୨-୧ର ବିଜୟ ସହ ୨୦୨୦ ୟୁରୋ ଫୁଟବଲ ଚମ୍ପିଆନସିପ୍‌ ପାଇଁ ପାଇଯାଇଛି ଯୋଗ୍ୟତା ଟିକେଟ । ୟୁକ୍ରେନ୍‌ ଜିତିଥିଲେ ମଧ୍ୟ ରୋନାଲଡୋଙ୍କ ବ୍ୟକ୍ତିଗତ କୀର୍ତ୍ତିମାନ ଏହି ମ୍ୟାଚକୁ ଖୁବ୍‌ ଚର୍ଚ୍ଚିତ କରିଦେଇଛି । ନିଜ ଫୁଟବଲ ଜୀବନର ୭୦୦ତମ ଗୋଲ୍‌ ଏହି ମ୍ୟାଚରେ ସ୍କୋର କରିଥିଲେ ରୋନାଲଡୋ । ପେନାଲ୍ଟିରୁ ସେ ଦେଇଥିଲେ ଏହି ଗୋଲଟି । ତେବେ ଏହି ମ୍ୟାଚ୍‌ ଜିତି ୟୁକ୍ରେନ୍‌ ଗ୍ରୁପ୍‌ -ବି ରେ ୭ ମ୍ୟାଚରୁ ୧୯ପଏଣ୍ଟ ଲାଭ କରି ଯୋଗ୍ୟତା ଅର୍ଜନ କରିଛି । ରୋନାଲଡୋ ଏହି ମ୍ୟାଚ୍‌ରେ ଶେଷରେ କହିଛନ୍ତି ମୁଁ ରେକର୍ଡ ପଛରେ ଧାଏଁନାହିଁ ବରଂ ରେକର୍ଡ ମୋ ପଛରେ ଭାବମାନ ହୋଇଥାଏ । ଏହି ୭୦୦ଗୋଲ ମଧ୍ୟରୁ ଜାତୀୟ ଦଳ ପକ୍ଷରୁ ତାଙ୍କର ରହିଛି ୯୫ଟି ଗୋଲ୍‌ । ତାଙ୍କ ଜୀବନର ପ୍ରଥମ ୫ ଗୋଲ୍‌ ପର୍ତ୍ତୃଗାଲର ସ୍ପୋଟିଂ ଦଳ ପକ୍ଷରୁ ଖେଳୁଥିଲା ବେଳେ ୨୦୦୨-୦୩ ସିଜିନରେ ଆସିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*